ଓଡିଶା

odisha

ETV Bharat / city

ଆଜି ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା, ମହାପ୍ରଭୁଙ୍କୁ ଲାଗିବ ସପ୍ତପୁରୀ ଭୋଗ - lord jagannatha

ଆଜି(ମଙ୍ଗଳବାର) ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା ବା କୁଶଗ୍ରହଣୀ ଅମାବାସ୍ୟା ନାମରେ ପାଳନ କରାଯାଏ । ଏହି ଦିନ ଓଡିଆଙ୍କ ଆରାଧ୍ୟ ଦେବାତା ଶ୍ରୀଜଗନ୍ନାଥଙ୍କ ଠାରେ ସପ୍ତପୁରୀ ଭୋଗ ଲାଗି କରାଯାଏ । ଅଧିକ ପଢନ୍ତୁ...

ଆଜି ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା
ଆଜି ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା

By

Published : Sep 7, 2021, 7:28 AM IST

ପୁରୀ:ଜନ୍ମାଷ୍ଟମୀ ଦିନଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନେକ ବେଶ ଅନୁଷ୍ଠିତ ହେଉଛି । ବଣଭୋଜି ବେଶ ଠାରୁ ନେଇ କୃଷ୍ଣବଳରାମ ବେଶ ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇଛି ଶ୍ରୀମନ୍ଦିର ପରିବେଶ । ଆଜି(ମଙ୍ଗଳବାର) ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା ବା କୁଶଗ୍ରହଣୀ ଅମାବାସ୍ୟା ନାମରେ ପାଳନ କରାଯାଏ । ଏହି ଦିନ ଓଡିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଠାରେ ସପ୍ତପୁରୀ ଭୋଗ ଲାଗି କରାଯାଏ ।

ଏହି ଦିନ ମହାପ୍ରଭୁଙ୍କ ନିକଟରେ ବିଶେଷ ନୀତି ଅନୁଷ୍ଠିତ ହେବା ସହିତ ସେବାୟତମାନଙ୍କ ଦ୍ବାରା ଭୋଗ ଲାଗି କରାଯାଏ । ଏହାକୁ ସପ୍ତପୁରୀ ତାଡ କୁହାଯାଏ । ଅଠର ନଳା ନିକଟରେ ଥିବା ଅଲାମଚଣ୍ଡି ମନ୍ଦିରରୁ ସପ୍ତପୁରୀ ଅମାବାସ୍ୟାରେ ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ ତାଡ ଶ୍ରୀମନ୍ଦିରକୁ ଯାଇଥାଏ । ଗତକାଲି(ସୋମବାର) ଶ୍ରୀମନ୍ଦିରକୁ ସପ୍ତପୁରୀ ତାଡ ବିଜେ କରାଯାଇଛି । ହିନ୍ଦୁ ଧର୍ମରେ ଅନେକ ପ୍ରକାର ପୂଜା କାର୍ଯ୍ୟରେ କୁଶ(ଏକ ପ୍ରକାର ଘାସ) ବ୍ୟବହାର କରାଯାଏ ।

ସକାଳ ଧୂପ ପରେ ମହାପ୍ରଭୁଙ୍କୁ ସାତପୁରୀ ପିଠା ଲାଗି କରାଯିବ । ମାଟିରେ ନିର୍ମିଚ ସାତପୁରୀ ପିଠା ପ୍ରସ୍ତୁତ ହୁଏ । କୁମ୍ଭାର ବିଶୋଇ ସେବକମାନେ ତାଡକୁ ତିଆରି କରିଥାନ୍ତି । ଅମାବାସ୍ୟା ଦିନ ସୋମବାର, ମଙ୍ଗଳବାର କି ଗୁରୁବାର ହୋଇଥିଲେ ଏହା ଅତ୍ୟନ୍ତ ପବିତ୍ର ତିଥି ଭାବରେ ଗ୍ରହଣ କରାଯାଏ । ଏହାକୁ ଦୃଷ୍ଟିରେ ରଖି କୁଶଗ୍ରହଣୀ ଆମାବାସ୍ୟା ଦିନ ତୀର୍ଥ, ସ୍ନାନ,ଜପ,ତପ ଏବଂ ବ୍ରତ କରିବା ଦ୍ବାରା ପାପ ଦୂର ହୋଇ ଦୁଃଖ କଷ୍ଟରୁ ମୁକ୍ତି ମିଳେ ।

ଐତିହାସିକ ସହର ସୁବର୍ଣ୍ଣପୁର ବା ସୋନପୁରରେ ଏହି ସପ୍ତପୁରୀ ଅମାବାସ୍ୟା ପାଳନ କରାଯାଏ । କିମ୍ବଦନ୍ତୀ ଅନୁସାରେ ଏହି ପ୍ରାଚୀନ ସହରକୁ "ପଶ୍ଚିମ ଲଙ୍କା" ବୋଲି ଅବିହିତ କରିଥାନ୍ତି ଏବଂ ଏହି କ୍ଷେତ୍ରର ପ୍ରାଚୀନତମ ଦେବୀ ହେଉଛନ୍ତି "ମା ଲଙ୍କେଶ୍ବରୀ" । କାହିଁ କେଉଁ ଆବହମାନ କାଳରୁ ଏହି ଅଞ୍ଚଳରେ "ଲଙ୍କା ପୋଡ଼ି" ଭାବରେ "ସପ୍ତପୁରୀ ଅମାବାସ୍ୟା" ପାଳିତ ହୋଇଥାଏ । ମାଟି ଏବଂ କାଠ ତିଆରି ହାତୀ, ଘୋଡ଼ା ତଥା ମାଙ୍କଡ଼ ମାନଙ୍କର ଥାଏ ବିଶେଷ ଚାହିଦା ‌। ଏସବୁ ଖେଳନାର ଲାଞ୍ଜରେ ନିଆଁ ଲଗାଇ ଛୋଟ ପିଲାମାନେ ନଗର ପରିକ୍ରମା କରିଥାନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details