ଓଡିଶା

odisha

ETV Bharat / city

‘ଏମାର ମଠ ମାଟି ତଳେ ସୁଡଙ୍ଗ ନାହିଁ’ - ଏମାର ମଠ ସୁଡଙ୍ଗ

ଏମାର ମଠ ମାଟି ତଳେ ସୁଡଙ୍ଗ ନାହିଁ । ସୁଡଙ୍ଗ ଥିବା ଖବର ଗୁଜବ । ଆଜି ଏପରି ସ୍ପଷ୍ଟୀକରଣ ଦେଇଛି ପ୍ରଶାସନ ।

ଡିଜାଇନ ଫଟୋ

By

Published : Aug 29, 2019, 8:26 PM IST

ପୁରୀ: ଏମାର ମଠ ମାଟି ତଳେ ସୁଡଙ୍ଗ ନାହିଁ । ସୁଡଙ୍ଗ ଥିବା ଖବର ଗୁଜବ । ଆଜି ଏପରି ସ୍ପଷ୍ଟୀକରଣ ଦେଇଛି ପ୍ରଶାସନ । ମଠ ଉଚ୍ଛେଦ ବେଳେ ଦେଖାଦେଇଥିବା ଦ୍ବାର ଖାଦ୍ୟ ଶସ୍ୟ ରଖିବା ପାଇଁ ହୋଇଥିବା ଖମାର ଘରର ବୋଲି ଜିଲ୍ଲା ପ୍ରଶାସନ କହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏମାର ମଠ ଉଚ୍ଛେଦ ବେଳେ ମାଟିତଳେ ଏକ ଦ୍ବାରର ଦୃଶ୍ୟମାନ ହୋଇଥିଲା ଯାହାକୁ ନେଇ ମାଟିତଳେ ସୁଡଙ୍ଗ ଥିବା ଚର୍ଚ୍ଚା ଜୋର ଧରିଥିଲା । ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପରେ ଆଜି ପ୍ରଶାସନ ଏହାକୁ ଯାଞ୍ଚ କରିଥିଲା । ତେବେ ଏହା କୌଣସି ସୁଡଙ୍ଗ ନୁହେଁ ବଂର ଖମାର ଘରର ଦ୍ବାର ଥିଲା ବୋଲି ପୁରୀ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ କହିଛନ୍ତି ।

ସେହିପରି ଅନ୍ୟ ଏକ ଜାଗାରେ ମଧ୍ୟ ଏକ ଭୂତଳ କୋଠରୀ ଦେଖିବାକୁ ମିଳିଥିଲା । ତେବେ ଏହା କୌଣସି ସୁଡଙ୍ଗ ନୁହେଁ । ମଠର ବିଭିନ୍ନ କୋଠରୀ ଓ ଖମାର ଘର ବୋଲି ଜିଲ୍ଲା ପ୍ରଶାସନ କହିଛି । ଅନ୍ୟପଟେ ସ୍ଥାନୀୟ ବାସିନ୍ଦା ମଧ୍ୟ ଏହା ଧାନ ରଖିବା ପାଇଁ ଖମାର ଥିଲା ବୋଲି କହିଛନ୍ତି ।

ସେପଟେ ଆଜି(ଗୁରୁବାର) ଏମାର ମଠର ପ୍ରଥମ ଦିନର ଉଛେଦ ପ୍ରକ୍ରିୟା ଶେଷ ହୋଇଛି । ସକାଳ 8 ଟାରୁ ଉଛେଦ ଆରମ୍ଭ ହୋଇଥିଲା । ପ୍ରଥମେ ଏମାର ମଠର ପରିତ୍ୟକ୍ତ ଘର ଗୁଡିକୁ ଭଙ୍ଗାଯାଇଥିଲା । ପରେ ଶ୍ରୀମନ୍ଦିର ସମ୍ମୁଖରେ ଏମାର ମଠର ଦ୍ଵି ତଳ ପ୍ରାସାଦର ପଛପଟୁ ଭଙ୍ଗାଯାଇଥିଲା । ଆସନ୍ତାକାଲି ମଧ୍ୟ ଏମାର ମଠ ଉଛେଦ ଅଭିଯାନ ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନ କହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details