ଓଡିଶା

odisha

ETV Bharat / city

ଅଦରକାରୀ ଜିନିଷରୁ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ - ରଥ

ଅଦରକାରୀ ଜିନିଷରୁ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ନିର୍ମାଣ କରି ଚର୍ଚ୍ଚାରେ ପୁରୀର 14ବର୍ଷର ବାଳକ ଶୁଭମ ସେନାପତି । ଅଧିକ ପଢନ୍ତୁ...

ଅଦରକାରୀ ଜିନିଷରୁ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ
ଅଦରକାରୀ ଜିନିଷରୁ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ

By

Published : Jul 11, 2021, 9:46 AM IST

ପୁରୀ:ଅଦରକାରୀ ଜିନିଷକୁ ସାଧାରଣତଃ ଲୋକ ଫୋପାଡି ଦିଅନ୍ତି । ହେଲେ ସେ ଅଦରକାରୀ ଜିନିଷ ବି ଦରକାରରେ ଆସିପାରେ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ 14ବର୍ଷର ବାଳକ ଶୁଭମ ସେନାପତି । 20 ଦିନର ପରିଶ୍ରମ ପରେ ଅଦରକାରୀ ଜିନିଷରୁ ମହାପ୍ରଭୁଙ୍କ 2ଫୁଟ 3 ଇଞ୍ଚ ଉଚ୍ଚ ନନ୍ଦିଘୋଷ ରଥ ନିର୍ମାଣ କରିଛନ୍ତି । ଯାହା ଚର୍ଚ୍ଚାର ବିଷୟ ହୋଇଛି ।

ଅଦରକାରୀ ଜିନିଷରୁ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ

ଦୀର୍ଘ ଦୁଇ ବର୍ଷ ହେବ କୋରୋନା ମହାମାରୀ ପାଇଁ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ରଥଯାତ୍ରା ଦେଖିବାରୁ ବଞ୍ଚିତ ହେଉଥିବାରୁ ଅନେକ ଭକ୍ତ ଦୁଃଖ ଅନୁଭବ କରିଛନ୍ତି । ପୁରୀର ଦଶମରେ ପଢୁଥିବା ଛାତ୍ର ଶୁଭମ ସେନାପତି ଅଦରକାରୀ ଜିନିଷରୁ ମହାପ୍ରଭୁଙ୍କ ଏକ ରଥ ନିର୍ମାଣ କରିଛନ୍ତି । ପୁରୁଣା ପେଟିର କାର୍ଟୁନ, ସୋଲ, ଆଇସିକ୍ରିମ କାଠିକୁ ନେଇ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ନିର୍ମାଣ କରିଛନ୍ତି ଶୁଭମ ।

ରଥନିର୍ମାଣ କରିବାକୁ ଶୁଭମଙ୍କୁ 20 ଦିନ ଲାଗିଛି । ଘର ଲୋକଙ୍କ ସମର୍ଥନରୁ ଏହି ରଥ ନିର୍ମାଣ କରିଛନ୍ତି ବୋଲି କହିଛନ୍ତି ଶୁଭମ । ରଥଯାତ୍ରାରୁ ବଞ୍ଚିତ ଥିବାରୁ ଏହି ରଥ ନିର୍ମାଣ କରି ଘରେ ରଥ ଟାଣିବା ସହିତ ମହାପ୍ରଭୁଙ୍କ ନୀତିକାନ୍ତି କରିବାରୁ ରଥର ପ୍ରତିକୃତି ତିଆରି କରିଛନ୍ତି ବୋଲି କହିଛନ୍ତି କୁନି ଶିଳ୍ପୀ ଶୁଭମ ।

ମହାପ୍ରଭୁଙ୍କ ଏହି କୁନି ରଥକୁ ଦେଖିବାକୁ ରଥ ଖେଳା ନିକଟରେ ଲୋକଙ୍କ ବେଶ ଭିଡ ଲାଗିଥିଲା । ଅଦରକାରୀ ଜିନିଷରୁ ରଥ ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି ଶୁଭମ ସେନାପତି ।



ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details