ଓଡିଶା

odisha

ETV Bharat / city

ନୂଆ ବର୍ଷରେ ଜଗା ଦର୍ଶନ ମନା, ଆଜିଠୁ ୩ ଦିନ ଶ୍ରୀମନ୍ଦିର ବନ୍ଦ - ଶ୍ରୀମନ୍ଦିର ସାଧାରଣ ଦର୍ଶନ ବନ୍ଦ

ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ପ୍ରାୟ ପ୍ରତିଦିନ ଲୋକଙ୍କ ଗହଳି ଲାଗେ । ଆଉ ନୂଆବର୍ଷରେ ଗହଳି ଟିକେ ବଢିଯାଏ । ଏଥର ନୂଆବର୍ଷରେ କାଳିଆର ଝଲକ ପାଇ ପାରିବେନି ଭକ୍ତ । ଓମିକ୍ରନ ସଂକ୍ରମଣ ଓ ଭିଡକୁ ଆଶଙ୍କା କରି ଆଜିଠୁ ୩ଦିନ ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ । ଅଧିକ ପଢନ୍ତୁ

ଭକ୍ତଙ୍କ ପାଇଁ ତିନି ଦିନ ଶ୍ରୀମନ୍ଦିର ବନ୍ଦ
ଭକ୍ତଙ୍କ ପାଇଁ ତିନି ଦିନ ଶ୍ରୀମନ୍ଦିର ବନ୍ଦ

By

Published : Dec 31, 2021, 12:04 PM IST

ପୁରୀ:ରାତି ପାହିଲେ ନୂଆ ବର୍ଷ । ବର୍ଷ ଭଲରେ ଯାଉ ବୋଲି ମନରେ ଭାବି ଅନେକ ଲୋକ ଠାକୁରଙ୍କ ଦର୍ଶନ କରନ୍ତି । ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ପ୍ରାୟ ପ୍ରତିଦିନ ଲୋକଙ୍କ ଗହଳି ଲାଗେ । ଆଉ ନୂଆବର୍ଷରେ ଗହଳି ଟିକେ ବଢିଯାଏ । ଏଥର ନୂଆବର୍ଷରେ କାଳିଆର ଝଲକ ପାଇ ପାରିବେନି ଭକ୍ତ । ଓମିକ୍ରନ ସଂକ୍ରମଣ ଓ ଭିଡକୁ ଆଶଙ୍କା କରି ଆଜିଠୁ ୩ଦିନ ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ।

ଭକ୍ତଙ୍କ ପାଇଁ ତିନି ଦିନ ଶ୍ରୀମନ୍ଦିର ବନ୍ଦ

ଶ୍ରୀମନ୍ଦିର ସିଂହଦ୍ବାର ସମ୍ପୂର୍ଣ୍ଣ ଖାଁ ଖାଁ ହୋଇଛି । ମଙ୍ଗୁ ମଠ ନିକଟରେ ହୋଇଥିବା ବ୍ୟାରିକେଡ ନିକଟରେ ଭକ୍ତମାନେ ଛିଡା ହୋଇ ପ୍ରଭୁ ପତିତପାବନଙ୍କୁ ମୁଣ୍ଡିଆ ମାରି ମହାପ୍ରଭୁଙ୍କୁ ସ୍ମରଣ କରିଛନ୍ତି। ତେବେ ଶ୍ରୀମନ୍ଦିର ଏସଓପି ଅନୁଯାୟୀ ଡିସେମ୍ବର 31, ଶନିବାର ନୂଆବର୍ଷ ଓ ପରଦିନ ରବିବାର ପଡ଼ୁଥିବାରୁ ଶ୍ରୀମନ୍ଦିର ସାନିଟାଇଜ ପାଇଁ କାଳିଆ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ ।

ଲଗାତାର 3 ଦିନ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ଥିବାରୁ ଗତକାଲି ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତ ଙ୍କ ବେଶ ଭିଡ଼ ହୋଇଥିଲା । ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ସହିତ ଜିଲ୍ଲାରେ ଜିରୋ ନାଇଟ ସେଲିବ୍ରେସନ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି । ପର୍ଯ୍ୟଟନ ସ୍ଥଳୀ, ହୋଟେଲ ରେସ୍ତୋରାଁ ଆଦିରେ ପାର୍ଟିର ଆୟୋଜନ ହେବାନାହିଁ । ଏହାସହ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ ତିନିଦିନ ବନ୍ଦ ରହିବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details