ଓଡିଶା

odisha

ETV Bharat / city

ଇସ୍କନର ଅଦିନିଆ ରଥଯାତ୍ରା: ସିଂହଦ୍ବାର ଥାନାରେ ଏତଲା

ଇସ୍କନ ପକ୍ଷରୁ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ଅଦିନିଆ ରଥଯାତ୍ରାକୁ ନେଇ ଥାନାରେ ଏତଲା । ପୁରୀ ସିଂହଦ୍ବାର ଥାନାରେ ଏତଲା ଦେଲା ଶ୍ରୀଜଗନ୍ନାଥ ଭକ୍ତ ପରିଷଦ । ଅଧିକ ପଢନ୍ତୁ...

By

Published : Feb 3, 2020, 3:18 PM IST

Iscon ratha yatra
ଇସ୍କନର ଅଦିନିଆ ରଥଯାତ୍ରା: ସିଂହଦ୍ବାର ଥାନାରେ ଏତଲା

ପୁରୀ: ମୁମ୍ବାଇରେ ଅଦିନିଆ ରଥଯାତ୍ରାକୁ ନେଇ ତ୍ରୀବ ହେଉଛି ବିରୋଧ । ଏହି କ୍ରମରେ ଆଜି ପୁଣି ଥରେ ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି । ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରାକୁ ଇସ୍କନ ଉଲ୍ଲଙ୍ଘନ କରିଥିବାରୁ ପୋଲିସ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ସଙ୍ଗଠନ ।

ଇସ୍କନର ଅଦିନିଆ ରଥଯାତ୍ରା: ସିଂହଦ୍ବାର ଥାନାରେ ଏତଲା

ଏହି ମର୍ମରେ ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ମଧ୍ୟ ମୁଖ୍ୟମନ୍ତ୍ରୀ ଓ ଭାରତର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଯାଇ ଦାବି ପତ୍ର ଦେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରଥଯାତ୍ରା ଆୟୋଜନ ନେଇ ଏକ ନିୟମ କରିବା ସହ ଆଇନ ଉଲ୍ଳଙ୍ଘନକାରୀଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ଦାବି କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details