ଓଡିଶା

odisha

ETV Bharat / city

'ଫନି ମାଡରେ ଆଶିଂକ ଭାବେ କ୍ଷତିଗ୍ରସ୍ତ ହୋଇଛି ଶ୍ରୀମନ୍ଦିର' - asi

ସାମୁଦ୍ରିକ ଝଡ 'ଫନି' ର ପ୍ରଭାବରେ ସାମାନ୍ୟ ଭାବେ କ୍ଷତିଗ୍ରସ୍ତ ହୋଇଛି ଶ୍ରୀମନ୍ଦିର । ଆସନ୍ତା ରଥଯାତ୍ରା ପୂର୍ବରୁ ଏହାର ମରାମତି କରାଯିବ ବୋଲି କହିଛନ୍ତି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣର(ଏଏସଆଇ) ମହାନିର୍ଦ୍ଦେଶକ ।

ଫାଇଲ ଫଟୋ

By

Published : May 11, 2019, 11:37 AM IST

ଭୁବନେଶ୍ବର: ସାମୁଦ୍ରିକ ଝଡ 'ଫନି' ମାଡରେ ଆଶିଂକ ଭାବେ କ୍ଷତିଗ୍ରସ୍ତ ହୋଇଛି ଶ୍ରୀମନ୍ଦିର। ଏହା ଯୋଗୁଁ ମନ୍ଦିରର ଗଠନରେ ଛୋଟମୋଟ ଧରଣର କ୍ଷୟକ୍ଷତି ହୋଇଛି। ଏହାକୁ ଖୁବଶିଘ୍ର ମରାମତି କରାଯିବ ବୋଲି ଭୁବନେଶ୍ବର ଠାରେ କହିଛନ୍ତି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣର(ଏଏସଆଇ) ମହାନିର୍ଦ୍ଦେଶକ ଉଷା ଶର୍ମା।

ଏନେଇ ସେ କହିଛନ୍ତି, " ସାମୁଦ୍ରକି ଝଡ ଫନିର ପ୍ରଭାବରେ ମନ୍ଦିରର କେତେକ ସ୍ଥାନରେ ପ୍ଲାଷ୍ଟର ଖସିବା ସହ ସାମାନ୍ୟ ପରିମାଣରେ କ୍ଷୟକ୍ଷତି ହୋଇଥିବାର ଖବର ମିଳିଛି। ଏନେଇ ତଥ୍ୟ ସଂଗ୍ରହ ପାଇଁ ଏକ ଟିମର ଗଠନ କରାଯାଇଛି । ଆଗାମୀ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିରର ଆବଶ୍ୟକୀୟ ମରାମତି କରାଯିବ ବୋଲି ଏଏସଆଇର ମହାନିର୍ଦ୍ଦେଶକ ପ୍ରତିଶୃତି ଦେଇଛନ୍ତି । "

ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ବଐତିହ୍ୟ କୋଣାର୍କ ମନ୍ଦିର ପରିସରରେ ଥିବା ଉଦ୍ୟାନ 'ଫନି' ର ପ୍ରଭାବରେ ସର୍ବାଧିକ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି । ପାଖାପାଖି 200 ଗଛ ଏହା ଦ୍ବାରା ଉପୁଡି ଯାଇଛି । ଏପରି ସ୍ଥିତି ସମ୍ପର୍କରେ ସମୀକ୍ଷା ପାଇଁ ସ୍ଥାନୀୟ ଏଏସଆଇ ସର୍କଲ ଏବଂ ଉଦ୍ୟାନବିତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ କିଛି ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ଏହାର ପୁନଃରୁଦ୍ଧାର କରାଯିବା ନେଇ ଜଣାଇଛନ୍ତି ଏଏସଆଇ ମହାନିର୍ଦ୍ଦେଶକ ।

ଗତ 3 ତାରିଖ ଶୁକ୍ରବାର ପୁରୀ ଠାରେ ସ୍ଥଳଭାଗ ଛୁଇଁଥିଲା ସାମୁଦ୍ରିକ ଝଡ 'ଫନି' । ଏହାର ତାଣ୍ଡବରେ ମଧ୍ୟ-ଉପକୂଳବର୍ତ୍ତୀ ଓଡିଶାରେ ବ୍ୟାପକ ପରିମାଣରେ କ୍ଷୟକ୍ଷତି ହେବା ସହ ପର୍ଯ୍ୟଟନ ଶିଳ୍ପ ଅନେକ ମାତ୍ରାରେ ପ୍ରଭାବିତ ହୋଇଛି।

ABOUT THE AUTHOR

...view details