ଓଡିଶା

odisha

ETV Bharat / city

ଐତିହ୍ୟ କରିଡର ନିର୍ମାଣ ନେଇ ଭଙ୍ଗା ହେଲା ଶ୍ରୀମନ୍ଦିର କାର୍ଯ୍ୟାଳୟ

ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ କାର୍ଯ୍ୟ ନେଇ ଉଚ୍ଛେଦ କାର୍ଯ୍ୟ ଆରମ୍ଭ । ଆଜି ଶ୍ରୀନହର ସମ୍ମୁଖରେ ଥିବା ଶ୍ରୀମନ୍ଦିର କାର୍ଯ୍ୟଳୟକୁ ଉଚ୍ଛେଦ କରାଯାଇଛି। ଏହା ବହୁ ପୁରାତନ ବିଲ୍ଡିଂ ଥିଲା, ଯାହା ଅସୁରକ୍ଷିତ ଅବସ୍ଥାରେ ରହିଥିଲା । ଅଧିକ ପଢନ୍ତୁ...

ଐତିହ୍ୟ କରିଡର ନିର୍ମାଣ ନେଇ ଉଚ୍ଛେଦ ହେଲା ଶ୍ରୀମନ୍ଦିର କାର୍ଯ୍ୟାଳୟ
ଐତିହ୍ୟ କରିଡର ନିର୍ମାଣ ନେଇ ଉଚ୍ଛେଦ ହେଲା ଶ୍ରୀମନ୍ଦିର କାର୍ଯ୍ୟାଳୟ

By

Published : Oct 31, 2021, 12:07 PM IST

Updated : Oct 31, 2021, 12:24 PM IST

ପୁରୀ: ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ କାର୍ଯ୍ୟ ନେଇ ଉଚ୍ଛେଦ କାର୍ଯ୍ୟ ଆରମ୍ଭ । ଶ୍ରୀନହର ସମ୍ମୁଖରେ ଶ୍ରୀମନ୍ଦିର ପ୍ରଶାସନର ପୁରାତନ ଶ୍ରୀମନ୍ଦିର କାର୍ଯ୍ୟଳୟ କୋଠାକୁ ଭଙ୍ଗା ଯାଇଛି । ଏହା ବହୁ ପୁରାତନ ବିଲ୍ଡିଂ ଥିଲା। ଅସୁରକ୍ଷିତ ଅବସ୍ଥାରେ ରହିଥିଲା। ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଏହି ବିଲ୍ଡିଂକୁ ଭଙ୍ଗା ଯାଇଛି ।

ଐତିହ୍ୟ କରିଡର ନିର୍ମାଣ ନେଇ ଉଚ୍ଛେଦ ହେଲା ଶ୍ରୀମନ୍ଦିର କାର୍ଯ୍ୟାଳୟ

ମେସିନ ପହଞ୍ଚି କୋଠା ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରିଛି । ଏହି କୋଠା ସ୍ଥାନରେ ଠିଆ ହେବ ଉତ୍କଳୀୟ କାରୁକାର୍ଯ୍ୟ ସମ୍ପନ୍ନ କୋଠା । ନୂତନ କୋଠା ଦୁଇ ମହଲା ବିଶିଷ୍ଟ ରହିବ । କୋଠା ଉପରୁ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ରୂପେ ଦେଖାଯିବ । ନୂଆ କୋଠାରେ ଆଧୁନିତ ଗ୍ୟାଲେରି ରହିବ । ବଡଦାଣ୍ଡ ଶୋଭ ବଢାଇବ ନୂତନ ପ୍ରଶାସନିକ କାର୍ଯ୍ୟାଳୟ ।

ନିର୍ମାଣ ଦାୟିତ୍ବ ଓଡିଶା ସେତୁ ନିର୍ମାଣ ନିଗମ(ଓବିସିସି)କୁ ଦିଆଯିବା ପରେ ୨୫ରୁ କୋଠା ଖାଲି ପ୍ରକ୍ରିୟା ଆରମ୍ଭ ହୋଇଛି । ୧୦୦ ବର୍ଷରୁ ଅଧିକ ପୁରୁଣା କୋଠାକୁ ରାଜ୍ୟ କୋଠାବାଡି ନିର୍ମାଣ ବିଭାଗ ବିପଦସଙ୍କୁଳ ଘୋଷଣା କରିଛନ୍ତି । ନୂଆ କୋଠାର ନବକଳେବର ପାଇଁ ପାଖାପାଖି ୭କୋଟି ଟଙ୍କା ଖର୍ଚ୍ଚ ହେବ । ଉଚ୍ଛେଦ ପାଇଁ ସକାଳୁ ବିଲ୍ଡିଂକୁ ସଂଯୋଗ କରୁଥିବା ଦୋଳ ବେଦୀ କୋଣ ରାସ୍ତାକୁ ବ୍ୟାରିକେଡ ଦେଇ ବନ୍ଦ କରାଯାଇଛି। ଦୁଇଟି ଜେସିବି ମେସିନ ଦ୍ବାରା ଭଙ୍ଗା କାର୍ଯ୍ୟ ଜାରି ରହିଛି । ସୁରକ୍ଷା ଦୃଷ୍ଟିକୋଣରୁ ଅଗ୍ନିଶମ ବିଭାଗକୁ ମୁତୟନ କରାଯାଇଛି। ତେବେ ନୂଆ ବିଲ୍ଡିଂ ନିର୍ମାଣ ପରେ ଏଠାରେ ଥିବା ବିଭିନ୍ନ ବିଭାଗ ସେଠାକୁ ସ୍ଥାନାନ୍ତର ହେବ।

ସେହିପରି ଶ୍ରୀମନ୍ଦିର କାର୍ଯ୍ୟଳୟ ପରିସରରେ ଥିବା ଦେବୀ ଚର୍ଚ୍ଚିକାଙ୍କ ମନ୍ଦିରକୁ ନୂଆ ରୂପ ଦିଆଯିବ। ଭକ୍ତମାନେ ଯେଭଳି ଭଲରେ ମାଙ୍କୁ ଦର୍ଶନ କରିବେ ସେ ନେଇ ସ୍ବତନ୍ତ୍ର ବ୍ୟବସ୍ଥା ହେବ। ଶ୍ରୀମନ୍ଦିର ଚୌହଦିର 75 ମିଟର ପରିଧିରେ ଥିବା ସମସ୍ତ ମଠ , ଲଜିଂ , ଘରୋଇ ବାସଗୃହ ଉଚ୍ଛେଦ କରାଯାଇଛି। ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଶିଳାନ୍ୟାସ କରିବା ପରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Last Updated : Oct 31, 2021, 12:24 PM IST

ABOUT THE AUTHOR

...view details