ଓଡିଶା

odisha

ETV Bharat / city

ରଥଖଳାରେ ବିଚିତ୍ର ସୁରକ୍ଷା ବ୍ୟବସ୍ଥା, ରଥକାଠ କାଟିଲେ ଆନ୍ଧ୍ରରୁ ଆସିଥିବା ବ୍ୟକ୍ତି - ରଥକାଠ କାଟିଲେ ବାହାର ଲୋକ

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଆନ୍ଧ୍ରପ୍ରଦେଶରୁ ଆସିଥିବା ଜଣେ ବ୍ୟକ୍ତି ରଥଖଳାରେ ରଖକାଠ କାଟିବା ପରେ ରଥଖଳାରେ ଢିଲା ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି । ଅଧିକ ପଢନ୍ତୁ

ରଥଖଳାରେ ଢିଲା ସୁରକ୍ଷା ବ୍ୟବସ୍ଥା
ରଥଖଳାରେ ଢିଲା ସୁରକ୍ଷା ବ୍ୟବସ୍ଥା

By

Published : May 6, 2022, 1:13 PM IST

ପୁରୀ:ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହାରି ଭିତରେ ରଥଖଳାରେ ସୁରକ୍ଷା ବ୍ୟବସ୍ଥା ଢିଲା ଥିବା ଦେଖିବାକୁ ମିଳିଛି । ବାହାର ଲୋକ ପ୍ରବେଶ କରି ରଥ କାଠ କାଟୁଥିବା ଦେଖିବାକୁ ମିଳିଛି । ଢିଲା ସୁରକ୍ଷା ବ୍ୟବସ୍ଥା ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି ।

ରଥଖଳାରେ ଢିଲା ସୁରକ୍ଷା ବ୍ୟବସ୍ଥା

ପ୍ରକାଶ ଥାଉ କି, ପବିତ୍ର ଅକ୍ଷୟ ତୃତୀୟାରୁ ରଥକାଠ ଅନୁକୂଳ ହୋଇ ରଥଖଳାରେ ରଖାଯାଇଥିଲା । ତୁମ୍ଭ କାର୍ଯ୍ୟରୁ ତିନି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏ ନେଇ ଚଳଚଞ୍ଚଳ ହୋଇଛି ରଥଖଳା । ଶୃଙ୍ଖଳାରେ ରଥ ନିର୍ମାଣ କାର୍ଯ୍ୟ ପାଇଁ ବାହାର ଲୋକଙ୍କ ପ୍ରବେଶ ନିଷେଧ କରାଯାଇଛି । ତେବେ ପୋଲିସ ଉପସ୍ଥିତ ସତ୍ତ୍ବେ ରଥଖଳାରେ ବାହାର ଲୋକ ପ୍ରବେଶ କରିଛନ୍ତି ।

କେବଳ ସେତିକି ନୁହେଁ ଆନ୍ଧ୍ରପ୍ରଦେଶରୁ ଆସିଥିବା ଜଣେ ବ୍ୟକ୍ତି ରଥଖଳାରେ ପଶିବାକୁ ସାହସ କରିଛନ୍ତି, ଏହାସହ କରତି ସେବକଙ୍କ ସହ ମିଶି ରଥକାଠ କାଟିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ଏଭଳି ରଥକାଠ କାଟିବାକୁ କିଏ ଅନୁମତି ଦେଲା ବୋଲି ଭକ୍ତ, ସେବାୟତ ମହଲରେ ପ୍ରଶ୍ନ ଉଠିଛି ।

ମିଳିଥିବା ସୂଚନା ମୁତାବକ, ଗତକାଲି (ଗୁରୁବାର) ଅପରାହ୍ନରେ ଜଣେ ବ୍ୟକ୍ତି ରଥଖଳାରେ ପଶି କରତ ଧରି କରତି ସେବକଙ୍କ ସହ ରଥକାଠ କାଟିଥିଲେ । ସଂପୃକ୍ତ ବ୍ୟକ୍ତିଙ୍କ ଏଭଳି କାର୍ଯ୍ୟକଳାପ ଅନ୍ୟମାନଙ୍କୁ ମଧ୍ୟ ଏଭଳି କାର୍ଯ୍ୟ କରିବାକୁ ପ୍ରୋତ୍ସାହନ ଦେବ ବୋଲି ଅଭିଯୋଗ ହୋଇଛି । ସେପଟେ ଏଭଳି କାର୍ଯ୍ୟ ଦ୍ଵାରା ଯଦି କୌଣସି ଭକ୍ତଙ୍କ କିଛି ଅସୁବିଧା ହୁଏ, ଅବା ରଥଖଳାରେ କିଛି ଅସୁବିଧା ଉପୁଜେ, ଏଥିପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details