ପୁରୀ: ଜୁଲାଇ 4 ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । କିଭିଳି ଭାବେ ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ ହେବ ସେନେଇ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ପୁରୀରେ ବସିଛି ସମୀକ୍ଷା ବୈଠକ । ବୈଠକରେ ବରିଷ୍ଠ ପୋଲିସର ଅଧିକାରୀ ସାମିଲ ହୋଇଥିଲେ। ମୁଖ୍ୟତଃ ବାତ୍ୟା ଯୋଗୁ ଅନେକ ସୁରକ୍ଷା ସମ୍ପର୍କିତ କାର୍ଯ୍ୟ ଆଗେଇ ପାରି ନ ଥିବା ହେତୁ କିଭଳି ଏହାକୁ ତ୍ୱରାନ୍ୱିତ କରାଯିବ ସେନେଇ ଡିଜି ଆରପି ଶର୍ମା ଆଲୋଚନା କରିଥିଲେ।
ସେହିଭଳି ସିସିଟିଭି କ୍ୟାମେରାର ବହୁତ କ୍ଷତି ହୋଇ ଥିବାରୁ ସେଗୁଡିକ ଯଥା ଶୀଘ୍ର ମରାମତି କରାଯାଇ କାର୍ଯ୍ୟରେ ଲଗାଯିବ ସହ ରଥଯାତ୍ରାରେ ହଜାର ହଜାର ପୋଲିସ କର୍ମଚାରୀ ରହିବା ନେଇ ଥିବା ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ପୋଲିସ ଫୋର୍ସ ଓ ଅଫିସର ରହୁଥିବା ବାତ୍ୟା କ୍ଷତି ଗ୍ରସ୍ତ ଗୃହ ଗୁଡିକ ଶୀଘ୍ର ମରାମତି କରିବାକୁ ସରକାରଙ୍କୁ କୁହାଯାଇଥିବା ଡିଜି କହିଛନ୍ତି।