ଓଡିଶା

odisha

ETV Bharat / city

ମହାପ୍ରଭୁଙ୍କ ଅଙ୍ଗରକ୍ଷୀ: ବଦଳିଛି ମାଧ୍ୟମ, ବଦଳିନି ପରମ୍ପରା - gym

ସମୟ ବଦଳିଛି । ମାତ୍ର ନିଜ ପରମ୍ପରାକୁ ଭୁଲି ନାହାନ୍ତି ସେବାୟତ ପରିବାର । ଆଜି ମଧ୍ୟ ସେମାନେ ଏହାକୁ ବଞ୍ଚେଇ ରଖିଛନ୍ତି। ତେଣୁ ପ୍ରତିଦିନ ମହାପ୍ରଭୁଙ୍କ ସେବା ପରେ ଦିନକୁ 4 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ନେଇ ଜିମ୍‌ରେ କରୁଛନ୍ତି  କସରତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Aug 8, 2019, 11:05 PM IST

ପୁରୀ: ବଳିଷ୍ଠ ଚେହେରା । 6 ଫୁଟର ଉଚ୍ଚତା । ଜିମ୍‌ରେ ଚାଲିଛି କସରତ । ଆପଣ ଦେଖିଥିବା ଏହି ଦୃଶ୍ୟ ଅନ୍ୟ କାହାର ନୁହେଁ ବଂର ଜଗତର ନାଥ ଜଗନ୍ନାଥଙ୍କ ଅଙ୍ଗରଖିଙ୍କର । ନିଜକୁ ଏପରି ସ୍ବାସ୍ଥ୍ୟବାନ ରଖିବା କେବଳ ସଉକ ନହେଁ । ଶ୍ରୀମନ୍ଦିର ସୁରକ୍ଷା ସମେତ ସେବା ପୂଜା ନେଇ ବଳିଷ୍ଠ ସ୍ବାସ୍ଥ୍ୟ ରଖିବାର ଏକ ପରମ୍ପରା ରହିଛି ସେବାୟତ ପରିବାରରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏବେ ସମୟ ବଦଳିଛି । ମାତ୍ର ନିଜ ପରମ୍ପରାକୁ ଭୁଲି ନାହାନ୍ତି ସେବାୟତ ପରିବାର । ଆଜି ମଧ୍ୟ ସେମାନେ ଏହାକୁ ବଞ୍ଚେଇ ରଖିଛନ୍ତି। ତେଣୁ ପ୍ରତିଦିନ ମହାପ୍ରଭୁଙ୍କ ସେବା ପରେ ଦିନକୁ 4 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ନେଇ ଜିମ୍‌ରେ କରୁଛନ୍ତି କସରତ। ବିଶେଷ କରି ମହାପ୍ରଭୁଙ୍କ ଦଇତାପତି ସେବକ, ଖୁଣ୍ଟିଆ, ସିଂହରି , ପ୍ରତିହାରୀ, ଗୋଛିକାର ସେବକ ପରିବାରର ଯୁବକ ମାନେ ଏପରି ବଳିଷ୍ଠ ଶରୀର ରଖିଥାନ୍ତି।

ପୂର୍ବରୁ ବିଭିନ୍ନ ସାହିରେ ଜାଗା ଆଖଡା ଘର କରାଯାଇ ସେବାୟତ୍ତ ପରିବାର ଯୁବକ ବିଭିନ୍ନ ବ୍ୟାୟାମ କସରତ କରି ବଳିଷ୍ଠ ଶରିର ରଖୁଥିଲେ। ଆଉ ଏବେ ଏହାକୁ ବଞ୍ଚାଇ ରଖିବା ପାଇଁ ମାଧ୍ୟମ ପାଲଟିଛି ଜିମ୍ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details