ଓଡିଶା

odisha

ETV Bharat / city

ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ

ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି ।

By

Published : Jul 3, 2019, 8:18 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ଜଗନ୍ନାଥ ଧାମ ପୁରୀ । ରାତି ପାହିଲେ ଘୋଷଯାତ୍ରା । ରତ୍ନବେଦୀରୁ ଓହ୍ଲାଇ ଭକ୍ତ ଗହଣକୁ ଚାଲିଆସିବେ କାଳିଆ ସାଆନ୍ତେ । ସେଥିପାଇଁ ସଭିଏଁ ପ୍ରସ୍ତୁତ । ଏପଟେ ପବିତ୍ର ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି ।

ନୀତି ନିର୍ଘଣ୍ଟ ଅନୁଯାୟୀ,

  • ସକାଳ 6ଟା - ମଙ୍ଗଳ ଆଳତି
  • ସକାଳ 6.10 ମିନିଟ - ମଇଲମ
  • ସକାଳ 6.30 ମିନିଟ୍ - ଚଡପ ଲାଗି
  • ସକାଳ 7ଟା - ଅବକାଶ ନୀତି
  • ସକାଳ 7.10 ମିନିଟ୍ - ସୂର୍ଯ୍ୟ ପୂଜା
  • ସକାଳ 7.30 ମିନିଟ୍ - ଦ୍ବାରପାଳ ପୂଜା, ବେଶ ଶେଷ
  • ସକାଳ 8 ଘଟିକାରୁ 9 ଘଟିକା - ଗୋପାଳ ବଲ୍ଲଭ ଓ ସକାଳ ଧୂପ ଅନୁଷ୍ଠିତ
  • ସକାଳ 9ଟା - ରଥ ପ୍ରତିଷ୍ଠା
  • ସକାଳ 9.15 ଘଟିକା - ମଙ୍ଗଳାର୍ପଣ
  • ସକାଳ 9.30 ଘଟିକା - ପହଣ୍ଡି ଆରମ୍ଭ
  • ମଧ୍ୟାହ୍ନ 12.30 ଘଟିକା - ପହଣ୍ଡି ଶେଷ
  • ମଧ୍ୟାହ୍ନ 12.30 ଘଟିକାରୁ 1 ଘଟିକା - ମଦନ ମୋହନ ବିଜେ
  • ଘଟିକା 1.30ରୁ 2 ଘଟିକା - ଚିତା ଲାଗି
  • ଘଟିକା 2ଟା ରୁ 3 ଘଟିକା - ଛେରା ପହଁରା
  • ଅପରାହ୍ନ 3 ଘଟିକାରୁ 4 ଘଟିକା - ଚାରମାଳ ଫିଟା, ଘୋଡା ଓ ସାରଥି ଲାଗିବା
  • ଅପରାହ୍ନ 4 ଘଟିକାରୁ - ରଥଟଣା ଆରମ୍ଭ

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details