ପୁରୀ: ବରିଷ୍ଠ ସାମ୍ବାଦିକ କମଲ ଖାନଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ (Sand Artist Sudarshan Pattnaik Tribute To late Journalist Kamal Khan) । ବାଲୁକା କଳା ମାଧ୍ୟମରେ ଦିବଂଗତ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ବାଲିରେ ବୁମ୍ ଓ କମଲଙ୍କ ଏକ ଚିତ୍ର ଅଙ୍କନ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସୁଦର୍ଶନ । ଫଟୋ ସେୟାର କରି ସୁଦର୍ଶନ ପଟ୍ଟନାୟକ ଲେଖିଛନ୍ତି, 'ଏପରି ଜଣେ ଭେଟେରାନ, ଦୃଷ୍ଟାନ୍ତମୂଳକ ଏବଂ ମହାନ ବ୍ୟକ୍ତିଙ୍କ ଦେହାନ୍ତ ଖବର ମୋତେ ଚକିତ କଲା । ଦିବଂଗତ ଆତ୍ମାର ସଦଗତି କାମନା କରୁଛି ।'