ଓଡିଶା

odisha

ETV Bharat / city

ବାଲୁକା କଳାରେ କଳ୍ପନା ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ରାଜ୍ୟର ପ୍ରଥମ ମହିଳା ଆରୋହିଣୀ କଳ୍ପନା ଦାଶଙ୍କ ମୃତ୍ୟୁ ଖବର ଶୋକର ଛାୟା ଖେଳାଇ ଦେଇଛି। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ କଳ୍ପନା ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

By

Published : May 24, 2019, 10:40 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ରାଜ୍ୟର ପ୍ରଥମ ମହିଳା ପର୍ବତାରୋହିଣୀ କଳ୍ପନା ଦାଶଙ୍କ ମୃତ୍ୟୁ ଖବର ଶୋକର ଛାୟା ଖେଳାଇ ଦେଇଛି। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ବାଲୁକା କଳା ମାଧ୍ୟମରେ କଳ୍ପନା ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସେ ପୁରୀ ବେଳାଭୂମିରେ ସେ ଏକ ବିଶାଳ ବାଲୁକା କଳା ସ୍ଥାପନ କରିଛନ୍ତି । ଏଥିରେ କଳ୍ପନା ଦାସଙ୍କ ପ୍ରତିକୃତିକୁ ସ୍ଥାନ ଦେଇ ୟୁ ମିସ୍ ୟୁ ବୋଲି ଲେଖିଛନ୍ତି।

ଏଠାରେସୂଚନାଯୋଗ୍ୟ, ସ୍ୱର୍ଗତ କଳ୍ପନା ଦାସ ରାଜ୍ୟର ପ୍ରଥମ ମହିଳା ପର୍ବତ ଆରୋହିଣୀ । ଯିଏକି ରାଜ୍ୟର ପ୍ରଥମ ମହିଳା ଭାବେ ଏଭେରେଷ୍ଟ ଆରୋହଣ କରିଥିଲେ। ତେବେ ଗତକାଲି ନେପାଳରେ ଏକ ପର୍ବତ ଆରୋହଣ କାର୍ଯ୍ୟକ୍ରମରେ ସାମିଲ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି।

ପୁରୀ ରୁ ଶକ୍ତି ପ୍ରାସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details