ଓଡିଶା

odisha

ETV Bharat / city

ଆଜିଠୁ ନୂଆ SOPରେ ଜଗା ଦର୍ଶନ କଲେ ଭକ୍ତ

ଏଣିକି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ କାଳିଆକୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଆଜିଠାରୁ ନୂତନ ଏସଓପି ସହ ଆରମ୍ଭ ହୋଇଛି ସାଧାରଣ ଦର୍ଶନ । ଅଧିକ ପଢନ୍ତୁ....

ଆଜିଠୁ ନୂଆ SOPରେ ଜଗା ଦର୍ଶନ କଲେ ଭକ୍ତ
ଆଜିଠୁ ନୂଆ SOPରେ ଜଗା ଦର୍ଶନ କଲେ ଭକ୍ତ

By

Published : Sep 13, 2021, 10:32 AM IST

ପୁରୀ: ନୂଆ ଏସଓପି ଅନୁଯାୟୀ ଆଜିଠୁ(ସୋମବାର) ଜଗାକୁ ଦର୍ଶନ କରିଛନ୍ତି ଭକ୍ତ । ଏଣିକି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ କାଳିଆକୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଆଜିଠାରୁ ନୂତନ ଏସଓପି ଲାଗୁ ହୋଇଛି ।

ପୂର୍ବରୁ ଶ୍ରୀମନ୍ଦିରକୁ ଭକ୍ତଙ୍କୁ ଭୋଗ ଓ ଫୁଲ ମନା ଥିଲା । ମାକ୍ର ନୂତନ ଏସଓପିରେ ଶ୍ରୀମନ୍ଦିର ଭିତରକୁ ଭୋଗ ଓ ଫୁଲ ନେଇ ପାରିବେ । ଆନନ୍ଦ ବଜାରରେ ମହାପ୍ରସାଦ ମଧ୍ୟ ସେବନ କରିପାରିବେ । ଗତ ବୁଧବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି ।

ତେବେ ପୂର୍ବଭଳି ରବିବାର ସମେଚ ସ୍ବତନ୍ତ୍ର ପର୍ବ ପର୍ବାଣୀରେ ଦର୍ଶନ ବନ୍ଦ ରହିବ । ପୁରୁଣା ଏସଓପି ଅନୁସାରେ ଗତ ତିନିଦିନ ଧରି ଦର୍ଶନ ବନ୍ଦ ରହିଥିଲା । ସକାଳ ୭ରୁ ରାତି ୭ ପର୍ଯ୍ୟନ୍ତ ଦର୍ଶନକୁ ଅନୁମତି ଥିଲା ନୂଆ ଏସଓପିରେ ଏହାକୁ ୨ଘଣ୍ଟା ବୃଦ୍ଧି କରାଯାଇଛି । କେବଳ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ ଓ ବାକି ୬ ଦିନ ଭଗବାନଙ୍କୁ ଦର୍ଶନ କରିପାରିବେ ଭକ୍ତ । ଶ୍ରୀମନ୍ଦିରରେ ଦର୍ଶନ ନେଇ ଥିବା SOP କୋହଳକୁ ଭକ୍ତଙ୍କ ସ୍ବାଗତ କରିଛନ୍ତି । ଦର୍ଶନ ସମୟସୀମା ବଢିଥିବାରୁ ପୁରୀକୁ ଅଧିକ ଭକ୍ତଙ୍କ ଆଗମନ ହେବ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details