ଓଡିଶା

odisha

ETV Bharat / city

ମୋଟର ଯାନ ଆଇନକୁ ବେଖାତିର୍, ନମ୍ବର ପ୍ଲେଟ୍‌ ବଦଳରେ ବିଜେଡି ଚିହ୍ନ - ବୁଲେଟର ପଛରେ ଶଙ୍ଖ ଚିହ୍ନ

ମୋଟର ଯାନ ଆଇନକୁ ଖୋଲାଖୋଲି ବେଖାତିର୍ । ବୁଲେଟର ପଛରେ ନମ୍ବର ପ୍ଲେଟ ବଦଳରେ ଲାଗିଛି ଶଙ୍ଖ ଚିହ୍ନ ଷ୍ଟିକର । ଅଧିକ ପଢନ୍ତୁ

rulling party BJD symbol on bykes number plate
ମୋଟର ଯାନ ଆଇନକୁ ବେଖାତିର୍

By

Published : Jul 14, 2022, 6:15 PM IST

ପୁରୀ: ମୋଟର ଯାନ ଆଇନକୁ ଖୋଲାଖୋଲି ବେଖାତିର୍ । ବୁଲେଟର ପଛରେ ନମ୍ବର ପ୍ଲେଟ ବଦଳରେ ଲାଗିଛି ଶଙ୍ଖ ଚିହ୍ନ ଷ୍ଟିକର । ପୁରୀ ଜିଲ୍ଲାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ବୁଲେଟ ଚାଳକ ବିନ୍ଦାସରେ ସହର ମୁଖ୍ୟ ରାସ୍ତାରେ ଅନାୟାସ ପୁଣି ବିନା ହେଲମେଟରେ ବୁଲୁଛନ୍ତି ବାଇକ ଆରୋହୀ । ଗାଡିର ନମ୍ବର ପ୍ଲେଟରେ ଗାଡ଼ି ନମ୍ବର ଚିହ୍ନ ବର୍ଣ୍ଣ ନାହିଁ। ଆଉ ବୁଲେଟ ଚାଳକ ବିନ୍ଦାସରେ ସହର ମୁଖ୍ୟ ରାସ୍ତାରେ ଅନାୟାସ ଖୁଲମ୍ ଖୁଲା ପୁଣି ବିନା ହେଲମେଟରେ ବୁଲୁଛନ୍ତି ।

ମୋଟର ଯାନ ଆଇନକୁ ବେଖାତିର୍

ଆଇନ କାନୁନ କୁ ଫୁ କରି ଉଡେଇ ଦେଇଛନ୍ତି ଚାଳକ । ପୁରୀର ସବୁଠୁ ବ୍ୟସ୍ତ ବହୁଳ ଭିଆଇପି ରୋଡରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଗାଡି ପଛରେ ଶଙ୍ଖ ଚିହ୍ନ ଷ୍ଟିକର ଲାଗିଥିଲା ଭିଡିଓ ଏବେ ସୋସିଆଲ ମିଡ଼ିଆ ବେଶ୍ ଭାଇରଲ ହେବାର ଲାଗିଛି । ସେପଟେ ମୋଟର ଯାନ ଆଇନକୁ ସରକାର କଡାକଡି କରି ଫାଇନ ଆଦାୟ କରୁଥିବା ବେଲେ ପୁରୀ ପୋଲିସ କିଭଳି ଏହି ବୁଲେଟକୁ ଧରିବାରେ ସକ୍ଷମ ହୋଇନାହିଁ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସାଧାରଣ ଲୋକଙ୍କ ପାଇଁ କଣ ଗୋଟେ ଆଇନ ଆଉ ବିଜେଡି କର୍ମୀଙ୍କ ପାଇଁ ଅଲଗା ଆଇନ ବୋଲି ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ଉଠାଇଛନ୍ତି ଓ ସରକାରଙ୍କ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପରିକଳ୍ପନାକୁ ଟ୍ରୋଲ୍‌ କରିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details