ଓଡିଶା

odisha

By

Published : Jun 17, 2021, 9:49 PM IST

ETV Bharat / city

ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ନେଇ ସମୀକ୍ଷା ବୈଠକ

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ନେଇ ପୁଣି ବସିଲା ସମୀକ୍ଷା ବୈଠକ । ପ୍ରଶାସନ ପକ୍ଷରୁ ଚିହ୍ନଟ ସ୍ଥାନ ପରିଦର୍ଶନ କଲେ ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆର ଏକ ପ୍ରତିନିଧି ଦଳ । ଅଧିକ ପଢ଼ନ୍ତୁ...

review meeting, construction of international airport, international airport in puri, Airport Authority of India, ପୁରୀ ଅନ୍ତର୍ଜାତୀୟ ବିମାନ ବନ୍ଦର, ସମୀକ୍ଷା ବୈଠକ, ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆ
ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ନେଇ ସମୀକ୍ଷା ବୈଠକ

ପୁରୀ: ଜିଲ୍ଲାରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ନେଇ ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆର ଏକ ପ୍ରତିନିଧି ଦଳ ପୁରୀ ଗସ୍ତରେ ଆସି ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଥିବା କେତେକ ସ୍ଥାନ ପରିଦର୍ଶନ କରିଛନ୍ତି। ତେବେ ଏନେଇ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି।

ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ନେଇ ସମୀକ୍ଷା ବୈଠକ

ବିମାନବନ୍ଦର ହେବା ପାଇଁ ଉପଯୁକ୍ତ ଜାଗା କେଉଁଟା ହେବ, କିଭଳି ଡିଜାଇନ ରହିବ ସେ ନେଇ ଜିଲ୍ଲାପାଳ ଉକ୍ତ ପ୍ରତିନିଧି ମଣ୍ଡଳୀଙ୍କୁ ସୂଚନା ଦେଇଛନ୍ତି। ତେବେ ମଙ୍ଗଳ ନଦୀ କୂଳରେ ତଥା ସିପିସରୁବାଲି ଅଞ୍ଚଳରେ ଅନେକ ସରକାରୀ ଜାଗା ଥିବାରୁ ସେଠାରେ ସ୍ଥାନ ଅଭାବ ରହିବ ନାହିଁ ଏବଂ ସରକାର ସମସ୍ତ ସହାୟତା ଯୋଗାଇ ଦେବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

5 ଶହ ଏକର ଜାଗା ପ୍ରଶାସନ ପାଖରେ ଥିବାବେଳେ ଏୟାର ପୋର୍ଟ ଅଥୋରିଟି ଇଣ୍ଡିଆ ପକ୍ଷରୁ ଚୂଡାନ୍ତ ଅନୁମୋଦନ ପରେ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details