ଓଡିଶା

odisha

By

Published : Sep 15, 2022, 8:09 AM IST

ETV Bharat / city

ଏୟାର ସୋ’ ପାଇଁ ପୁରୀରେ ରିହଲସଲ

ପୁରୀରେ ଏୟାର ସୋ ପାଇଁ ଅନୁଷ୍ଠିତ ହୋଇଛି ଅଭ୍ୟାସ କାର୍ଯ୍ୟକ୍ରମ । ଆସନ୍ତା ୧୮ ତାରିଖରେ ପୁରୀରେ ବ୍ଲୁ ଫ୍ଲାଗ ବିଚ ଠାରେ ବାୟୁସେନା ପକ୍ଷରୁ ଅନୁଷ୍ଠିତ ହେବ ଏୟାର ସୋ । ଅଧିକ ପଢ଼ନ୍ତୁ

ପୁରୀରେ ଏୟାର ସୋ ପାଇଁ ରିହଲସଲ
ପୁରୀରେ ଏୟାର ସୋ ପାଇଁ ରିହଲସଲ

ପୁରୀ: ଏୟାର ସୋ ପାଇଁ ଅନୁଷ୍ଠିତ ହୋଇଛି ଏରିଏଲ ରେକି ବା ଅଭ୍ୟାସ କାର୍ଯ୍ୟକ୍ରମ । ଭୁବନେଶ୍ବର ପରେ ଆସନ୍ତା ୧୮ ତାରିଖରେ ପୁରୀରେ ଅନୁଷ୍ଠିତ ହେବ ଏୟାର ସୋ । ପୁରୀ ରାଜଭବନ ପାର୍ଶ୍ଵ ବ୍ଲୁ ଫ୍ଲାଗ ବିଚ ଠାରେ ବାୟୁସେନା ପକ୍ଷରୁ ଏହି ଆକର୍ଷଣୀୟ ଏୟାର ସୋ’ ଅନୁଷ୍ଠିତ ହେବ ।

ପୁରୀରେ ପ୍ରଥମ ଥର ପାଇଁ ଏଭଳି ଏୟାର ସୋ’ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହାକୁ ଦେଖିବା ପାଇଁ ଲୋକଙ୍କ ମନରେ ବିପୁଳ ଉତ୍ସାହ ଦେଖାଦେଇଛି । ବୁଧବାର ଅପରାହ୍ନରେ ବାୟୁସେନା ପକ୍ଷରୁ ଏରିଏଲ ରେକି ବା ଅଭ୍ୟାସ କାର୍ଯ୍ୟକ୍ରମ କରାଯାଇଥିଲା । ପୂର୍ବରୁ ଗ୍ରାଉଣ୍ଡ ରେକି କରାଯାଇଥିବା ବେଳେ ଏହି ଏରିଏଲ ରେକିକୁ ୱିଙ୍ଗ କମାଣ୍ଡର ଅଶ୍ବିନୀ ଓ ସହଯୋଗୀ ସକ୍ଷମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିମାନ ଉଡାଣ କରାଯାଇ ବିଭିନ୍ନ କୌଶଳର ଅଭ୍ୟାସ ପ୍ରଦର୍ଶିତ ହୋଇଥିଲା । ବାୟୁସେନାର ଲୋକ ସମ୍ପର୍କ ଅଧିକାରୀ ଋଦ୍ଧିମା ଗୁରୁମ୍ ଏହି ଅଭ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରଶାସନ ପକ୍ଷରୁ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ ଉପସ୍ଥିତ ରହି ବାୟୁସେନା ଅଧିକାରୀମାନଙ୍କୁ ସହଯୋଗ କରିଥିଲେ ।

ପୁରୀରେ ଏୟାର ସୋ ପାଇଁ ରିହଲସଲ

ଏହା ମଧ୍ୟ ପଢ଼ନ୍ତୁ...ରାଜଧାନୀ ଆକାଶରେ ହେବ ସୂର୍ଯ୍ୟକିରଣ ଏୟାର ସୋ, ଲୋକଙ୍କ ମଧ୍ୟରେ ବଢୁଛି ଉତ୍ସାହ

ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଧୀରେ ଧୀରେ ବଢିବାରେ ଲାଗିଛି ଉତ୍ସାହ । ଆଉ ମାତ୍ର ଅଳ୍ପ ଦିନର ଅପେକ୍ଷା । ଟିଭିରେ ଦେଖି ଆସୁଥିବା ଏୟାର ସୋ’ ଏବେ ଘର ପାଖରେ ଦେଖିବେ ଲୋକେ । ତେବେ ଘର ପାଖରେ ଏୟାର ସୋ’ ହେଉଥିବାରୁ ଲୋକଙ୍କ ମଧ୍ୟରେ ଖୁସି କହିଲେ ନ ସରେ । ଏହା ସହ ସପରିବାର ଓ ସାଙ୍ଗ ମାନଙ୍କ ସହ ନିଶ୍ଚିତ ଭାବରେ ଦେଖିବାକୁ ଯିବେ ବୋଲି କହିଛନ୍ତି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ । ତେବେ ଏଭଳି ଏୟାର ସୋ’ ଭୁବନେଶ୍ଵର ଉପକଣ୍ଠରେ କୁଆଖାଇ ନଦୀ ପଠାରେ ଅନୁଷ୍ଠିତ ହେବ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details