ପୁରୀ: ରାଜସ୍ଥାନ ରୁ ଶ୍ରୀକ୍ଷେତ୍ର ପୁରୀ ପୁଣି ଦଣ୍ଡ ପ୍ରଣାମ ଯାତ୍ରା ମାଧ୍ୟମରେ । ଦୀର୍ଘ 2300 କିଲୋମିଟର ଯାତ୍ରା 9 ମାସରେ ପୂରଣ କରିଛନ୍ତି ଶ୍ରୀଜଗନ୍ନାଥଙ୍କ ଭକ୍ତ ରାମ ସିଂ। ଶୁଣିଲେ ଅବିଶ୍ବାସ ହେଲେ ପୁରା ଘଟଣା ସତ୍ୟ। ଦେଶରୁ କୋରୋନା ମହାମାରୀ ବିନାଶ ସମେତ ଦେଶବାସୀଙ୍କ ସୁଖ ଶାନ୍ତି କାମନା ନେଇ ଏହି ନିଆରା ଯାତ୍ରା କରିଥିବା କହିଛନ୍ତି ରାମ ସିଂ। ଯାହାକି ବେଶ ଚର୍ଚ୍ଚାର ବିଷୟ ହୋଇଛି।
ରାସ୍ତାରେ ଦଣ୍ଡ ପ୍ରଣାମ କରି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିଥିଲେ ରାମ ସିଂ । ଖରା, ବର୍ଷା କୌଣସି କଷ୍ଟକୁ ଖାତିର ନ କରି ଦିନକୁ ଦଣ୍ଡ ପ୍ରଣାମ ଯାତ୍ରା କରି ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି ରାଜସ୍ଥାନର ରାମ ସିଂ। ପୁରୀରେ ପହଞ୍ଚିବାକୁ ତାଙ୍କୁ ଦୀର୍ଘ 10 ମାସ ଲାଗିଛି । ବିଶ୍ବରୁ କୋରୋନା ମହାମାରୀ ଦୂର କରିବା ଓ ଦେଶରେ ଶାନ୍ତି, ସମୃଦ୍ଧି ସମେତ ନିଜ ପରିବାରର ମଙ୍ଗଳ କାମନା କରି ଶ୍ରୀକ୍ଷେତ୍ର ପୁରୀରେ ଆସି ପହଞ୍ଚିଛନ୍ତି ରାମ ସିଂ।