ପୁରୀ: ବେଆଇନ ବାଣ ଗୋଦାମ ଉପରେ ପୋଲିସର ଚଢ଼ାଉ କରିବା ସହ ଜଣକୁ ଅଟକ ରଖିଛି । ଡେଲାଙ୍ଗ ଥାନା ଅନ୍ତର୍ଗତ ମାନପୁର ଗ୍ରାମସ୍ଥିତ କଲ୍ମାଣ ମଣ୍ଡପ ନିକଟରେ ବେଆଇନ ବାଣ ଗୋଦାମ ସମ୍ପର୍କରେ ଖବର ପାଇ ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ପିପିଲି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ନେନୃତ୍ବରେ ଚଢାଉ କରିଥିଲା ଡେଲାଙ୍ଗ ପୋଲିସର ଏକ ଟିମ ।
ବାଣ ଗୋଦାମ ଉପରେ ଚଢ଼ାଉ: ୬ ଲକ୍ଷ ଟଙ୍କାର ବାଣ ଜବତ, ଜଣେ ଗିରଫ - ପୁରୀ ଜିଲ୍ଲା ଖବର
ଡେଲାଙ୍ଗ ଅଞ୍ଚଳରେ ଚାଲିଥିବା ବେଆଇନ ବାଣ ଗୋଦାମରେ ପୋଲିସ ଚଢାଉ । ପ୍ରାୟ ୬ ଲକ୍ଷ ମୂଲ୍ୟର ବାଣ ଜବତ ସହ ଜଣେ ଗିରଫ । ଅଧିକ ପଢନ୍ତୁ...
ତେବେ ଚଢାଉ ବେଳେ ସେଠାରେ ଗଚ୍ଛିତ ରଖାଯାଇଥିବା ୨ ମିନି ଟ୍ରକ ଭର୍ତ୍ତି ବିପୁଳ ପରିମାଣର ବାଣ ଠାବ ହୋଇଥିଲା । ଯାହାକୁ ଦୀପାବଳିରେ ବିକ୍ରି କରିବା ରଖାଯାଇଥିବା ଜଣାପଡିଛି । ପୋଲିସ ଏହି ବାଣକୁ ଜବତ କରିବା ସହ ବିନା ଲାଇସେନସରେ ଗଚ୍ଛିତ ରଖିବା ଅଭିଯୋଗରେ ଜଟଣୀ ଥାନା ଅନ୍ତର୍ଗତ ଜଗନ୍ନାଥ ପାଟଣା ଗାଁର ଲକ୍ଷ୍ମୀଧର ବିଶ୍ବାଳଙ୍କୁ ଅଟକ ରଖିଛି । ଜବତ ବାଣର ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ପ୍ରାଥମିକ ଆକଳନ ଅନୁସାରେ ପୋଲିସ କହିଛି । ବିସ୍ଫୋରକ ଦ୍ରବ୍ଯ ନିରୋଧ ଆଇନ ଅନୁସାରେ ଏକ ମକଦ୍ଦମା ରୁଜୁ କରି ଏ ସମ୍ବନ୍ଧରେ ଅଧିକ ତଦନ୍ତ ଜାରି ରଖିଛି ଡେଲାଙ୍ଗ ପୋଲିସ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ