ପୁରୀ :ଶ୍ରୀଜଗନ୍ନାଥ ସେନା ପକ୍ଷରୁ 7 ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଗଲା ଦାବି ପତ୍ର । ଏହି ଦାବି ସରକାର ପୂରଣ ନ କଲେ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ।
ଶ୍ରୀଜଗନ୍ନାଥ ସେନା ପକ୍ଷରୁ 7 ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର - Puri sri jagannath sena
7 ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦେଲା ଶ୍ରୀଜଗନ୍ନାଥ ସେନା । ଅଧିକ ପଢନ୍ତୁ...
ପୁରୀର ଶ୍ରୀଜଗନ୍ନାଥ ସେନା ପକ୍ଷରୁ 7 ଦଫା ଦାବି ନେଇ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦିଆଯାଇଛି । ଶ୍ରୀମନ୍ଦିର ଚାରି ଦ୍ବାରରେ ପୁରୀ ବାସୀଙ୍କୁ ପ୍ରବେଶ ଅନୁମତି । ରତ୍ନ ଭଣ୍ଡାର ଯାଞ୍ଚ ଓ ସୁରକ୍ଷା, ସିଂହ ଦ୍ବାରରେ ଦଶାବତାର ମୂର୍ତ୍ତୀ ସ୍ଥାପନ , 2020ରେ ହୋଇଥିବା ଐତିହାସିକ ରଥଯାତ୍ରାର ସ୍ମୃତି ରକ୍ଷା ପାଇଁ ତିନି ରଥ କାହିଁକି ମ୍ୟୁଜିୟମ ରଖାଗଲା ନାହିଁ ତାହାର ଜବାବ, ମହାପ୍ରଭୁଙ୍କୁ ପିତ୍ତଳ ଥାଳି ପରିବର୍ତ୍ତେ ସୁନା ଥାଳିରେ ଭୋଗ ଦିଆଯିବା, ଏମାର ମଠରୁ ଜବତ 522ଟି ରୂପା ଇଟାକୁ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଆଣିବା 7 ଦଫା ଦାବି ନେଇ ଏହି ଦାବି ପତ୍ର ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦିଆଯାଇଛି । ଏହି ଦାବି ସରକାର ପୂରଣ ତୁରନ୍ତ ନ କଲେ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ