ଓଡିଶା

odisha

ETV Bharat / city

ଅସୁରକ୍ଷିତ ଓ ଅବହେଳିତ ଅବସ୍ଥାରେ ପୁରୀ ରେଳଷ୍ଟେସନ

ପୁରୀ ରେଳ ଷ୍ଟେସନ ଏବେ ସମ୍ପୂର୍ଣ୍ଣ ଅସୁରକ୍ଷିତ। କାହିଁକି ନା ରେଳ ଷ୍ଟେସନର କେଵଳ ମୁଖ୍ୟ ଗେଟରେ କଡାକଡି ଚେକିଂ ଥିବାବେଳେ ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଢିଲା । ଅଧିକ ଖବର ପଢନ୍ତୁ...

By

Published : Feb 20, 2020, 4:48 PM IST

ଅସୁରକ୍ଷିତ ଓ ଅବହେଳିତ ଅବସ୍ଥାରେ ପୁରୀ ରେଲୱେ ଷ୍ଟେସନ
ଅସୁରକ୍ଷିତ ଓ ଅବହେଳିତ ଅବସ୍ଥାରେ ପୁରୀ ରେଲୱେ ଷ୍ଟେସନ

ପୁରୀ: ପୁରୀ ରେଳଷ୍ଟେସନ ଏବେ ସମ୍ପୂର୍ଣ୍ଣ ଅସୁରକ୍ଷିତ। କାହିଁକି ନା ଷ୍ଟେସନର କେଵଳ ମୁଖ୍ୟ ଗେଟରେ କଡାକଡି ଚେକିଂ ଥିବାବେଳେ ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଢିଲା । ଷ୍ଟେସନର ୱାସିଂ ଲାଇନ ପଟ ଏହାର ନିଚ୍ଛକ ଉଦାହରଣ ।

ଅସୁରକ୍ଷିତ ଓ ଅବହେଳିତ ଅବସ୍ଥାରେ ପୁରୀ ରେଲୱେ ଷ୍ଟେସନ

ଗତ 'ଫନି' ବାତ୍ୟା ରେ ୱାଶିଂ ଲାଇନ ପଟ ପ୍ରାଚୀର ଭାଙ୍ଗି ଯାଇ ମୁକୁଳା ଥିବା ବେଳେ ଏହାର ମରାମତି ହେଉନାହିଁ । ସୁରକ୍ଷାକର୍ମୀ ମଧ୍ୟ ମୁତୟନ କରାଯାଇ ନାହିଁ । ଫଳରେ ଏହି ବାଟରେ ଯେ କୌଣସି ବ୍ୟକ୍ତି ପଶି ଷ୍ଟେସନ ତଥା ବିଭିନ୍ନ ଟ୍ରେନର ବଗିରେ ଚଢି ଅସାମାଜିକ କାର୍ଯ୍ୟକଳାପ ଘଟାଇପାରନ୍ତି ବୋଲି ଅଭିଯୋଗ ହୋଇଛି ।

ପୁରୀ ସହର ସବୁବେଳେ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଥିବା ବେଳେ ପୂର୍ବରୁ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥା ସତର୍କ କରାଇଛନ୍ତି । ତେବେ ରେଳଷ୍ଟେସନ ଓ ଯାତ୍ରୀଙ୍କ ସୁରକ୍ଷାକୁ ରେଳବାଇ କର୍ତ୍ତୃପକ୍ଷ ଅବହେଳା କରିବାକୁ ନେଇ ପୁରୀ ବାସିନ୍ଦା ତୀବ୍ର ନିନ୍ଦା କରିଛନ୍ତି।

କେଵଳ ୱାସିଂଲାଇନ ନୁହେଁ ଷ୍ଟେସନ ଚାରି ପାଖରେ ଥିବା ଆଶ୍ରମ ଛକ, ଶ୍ରୀକ୍ଷେତ୍ର କଲୋନୀ , ରେଲୱେ ଷ୍ଟାଫ କ୍ବାର୍ଟର ପଟେ ମଧ୍ୟ ଷ୍ଟେସନ ଖୋଲାମେଲା ପଡିଛି । ତୁରନ୍ତ ଷ୍ଟେସନ ଚାରି ପାଖରେ ଭାଙ୍ଗି ଯାଇଥିବା ପାଚେରୀ ମରାମତି ସହ ପର୍ଯ୍ୟାପ୍ତ ସୁରକ୍ଷା କର୍ମୀ ମୁତୟନ ନେଇ ଦାବି ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details