ପୁରୀ :147 ବିଧାୟକଙ୍କୁ ଚିଠି ଲେଖିଲା ଜଗନ୍ନାଥ ସେନା । ପୁରୀ ସହିତ ଜଗନ୍ନାଥ ଧାମକୁ ଯୋଡ଼ା ଯାଇ ଜଗନ୍ନାଥ ଧାମ ପୁରୀ ଭାବେ ନାମିତ କରିବା ପାଇଁ ଶ୍ରୀଜଗନ୍ନାଥ ସେନା ତାର ଅଭିଯାନ ଜାରି ରଖିଛି । ପ୍ରଥମେ ରାଜ୍ୟ ସରକାର ଓ ପରେ କେନ୍ଦ୍ର ସରକାରଙ୍କୁ ସ୍ମାରକ ପ୍ରଦାନ ପରେ ଓଡିଶା ବିଧାନସଭାର 147 ବିଧାୟକଙ୍କୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୋଷ୍ଟାଲରେ ଏହି ଦାବି ନେଇ ଚିଠି ପଠାଯାଇଛି।
ପୁରୀ ନାମ ପରିବର୍ତ୍ତନ; 147 ବିଧାୟକଙ୍କୁ ଜଗନ୍ନାଥ ସେନାର ଚିଠି
147 ବିଧାୟକଙ୍କୁ ଚିଠି ଲେଖିଲା ଜଗନ୍ନାଥ ସେନା । ପୁରୀ ସହିତ ଜଗନ୍ନାଥ ଧାମକୁ ଯୋଡ଼ା ଯାଇ ଜଗନ୍ନାଥ ଧାମ ପୁରୀ ଭାବେ ନାମିତ କରିବା ପାଇଁ ଶ୍ରୀଜଗନ୍ନାଥ ସେନା ତାର ଅଭିଯାନ ଜାରି ରଖିଛି । ଅଧିକ ପଢନ୍ତୁ...
ଶ୍ରୀଜଗନ୍ନାଥ ସେନା କହିଛି ଅତୀତରେ ପୁରୀର ନାମ ଜଗନ୍ନାଥ ପୁରୀ ଥିଲା। ପରେ ଇଂରେଜ ଶାସନ ସମୟରେ ଜଗନ୍ନାଥ ନାମକୁ ପୁରୀରୁ କାଟି ଦିଆଯାଇ ଥିଲା । ଏଣୁ ପୁରୀକୁ ପୁଣି ଜଗନ୍ନାଥ ଧାମ ପୁରୀ ଭାବେ ନାମିତ କରାଯାଉ । ତେବେ ପୁରୀର ନାମକୁ ପରିବର୍ତ୍ତନ କରାନଯାଇ ଏଠାରେ ମହାପ୍ରଭୁଙ୍କ ନାମ ଯୋଡ଼ା ଯାଉଛି। ଏଣୁ ଏଥିରେ କଣ ଆପତ୍ତି ରହିଛି ବୋଲି ଶ୍ରୀଜଗନ୍ନାଥ ସେନା ପ୍ରଶ୍ନ କରିଛି। ମହାପ୍ରଭୁଙ୍କ ପାଇଁ ଓଡିଶାର ସମସ୍ତ ବିଧାୟକ ଏକଜୁଟ ହୋଇ ବିଧାନସଭାରେ ପୁରୀର ନାମକୁ ଜଗନ୍ନାଥ ଧାମ ପୁରୀ ନାମିତ କରିବା ନେଇ ବିଲ ପାସ କରନ୍ତୁ ବୋଲି ଜଗନ୍ନାଥ ସେନା ଅନୁରୋଧ କରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ