ଓଡିଶା

odisha

ETV Bharat / city

ପୁରୀ ବିମାନବନ୍ଦର ପ୍ରକଳ୍ପ, କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ ଥଇଥାନ ଦାବି - କ୍ଷତିଗ୍ରସ୍ତ

ପୁରୀ ବିମାନବନ୍ଦର ପ୍ରକଳ୍ପକୁ ନେଇ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ବିରୋଧ କରିଛନ୍ତି । ଅଧିକ ପଢନ୍ତୁ...

ପୁରୀ ବିମାନ ବନ୍ଦର ପ୍ରକଳ୍ପ, କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ ଥଇଥାନ ଦାବି
ପୁରୀ ବିମାନ ବନ୍ଦର ପ୍ରକଳ୍ପ, କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ ଥଇଥାନ ଦାବି

By

Published : Jul 5, 2021, 3:44 PM IST

ପୁରୀ: ଜିଲ୍ଲାର ସିପସରୁବାଲି ମୌଜା ଅଞ୍ଚଳରେ ପୁରୀ ପାଇଁ ବିମାନବନ୍ଦର ହେବା ନେଇ ଏକ ପ୍ରକାର ସ୍ଥାନ ଚୂଡାନ୍ତ ହୋଇ ସାରିଛି। ତେବେ ଏହି ପ୍ରକଳ୍ପ ନେଇ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବିରୋଧ ଆରମ୍ଭ କରିଛନ୍ତି । ସେମାନଙ୍କ ଥଇଥାନ ଲାଗି ପୁରୀ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।

ପୁରୀ ବିମାନ ବନ୍ଦର ପ୍ରକଳ୍ପ, କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ ଥଇଥାନ ଦାବି

ଉକ୍ତ ଅଞ୍ଚଳରେ ଥିବା ଜଙ୍ଗଲ ଉପରେ ଆଖପାଖ ଅଞ୍ଚଳର 25 ଗ୍ରାମବାସୀ ଜୀବନ ଜୀବିକାକୁ ନେଇ ନିର୍ଭର କରନ୍ତି । ବିମାନ ବନ୍ଦର ସ୍ଥାପନ ଦ୍ବାରା ଜଙ୍ଗଲ ନଷ୍ଟ ହେବାର ସମ୍ଭାବନା ରହିଛି । ଏହାଦ୍ବାରା ଉକ୍ତ ଅଞ୍ଚଳବାସୀଙ୍କ ଅର୍ଥନୀତି ପ୍ରଭାବିତ ହେବ। ଏଣୁ ତୁରନ୍ତ ପୁରୀ ଜିଲ୍ଲା ପ୍ରଶାସନ ଓ ସରକାର ସ୍ଥାନୀୟ ବାସିନ୍ଦାଙ୍କ ମତାମତ ତଥା ଜନ ଶୁଣାଣି କରି ପ୍ରକଳ୍ପ କାର୍ଯ୍ୟ କରିବା ସହ କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ ଥଇଥାନ ବ୍ୟବସ୍ଥା ପାଇଁ ଦାବି ହୋଇଛି ।

ତେବେ ଯଦି ଅଞ୍ଚଳବାସୀଙ୍କ ଜୀବନ ଜୀବିକା ପ୍ରଭାବିତ ହୁଏ, ତେବେ ଏହି ଅଞ୍ଚଳରେ ଆନ୍ଦୋଳନ ଦାନା ବାନ୍ଧିବ ବୋଲି ଜୀଵନ ଜୀବିକା ଜଙ୍ଗଲ ପରିବେଶ ସୁରକ୍ଷା ସମିତି ଦାବି କରିଛି । ଏ ନେଇ ସଂଗଠନ ପକ୍ଷରୁ ଏକ ଦାବିପତ୍ର ପୁରୀ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details