ଓଡିଶା

odisha

ETV Bharat / city

ବିଶ୍ବ ବୈଷ୍ଣବ ସମ୍ମିଳନୀ ଉଦଘାଟିତ, ମହାମାରୀରୁ ମୁକ୍ତି ପାଇଁ ମହାପ୍ରଭୁଙ୍କୁ ମହାମହିମଙ୍କ ପ୍ରାର୍ଥନା - ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଖବର

ତ୍ରିଦିବସୀୟ ବିଶ୍ବ ବୈଷ୍ଣବ ସମ୍ମିଳନୀ ତଥା ଗୌଡୀୟ ମିଶନର ପ୍ରତିଷ୍ଠାତାଙ୍କ ୧୫୦ତମ ଜୟନ୍ତୀ ସମାରୋହରେ ଆଜି (ରବିବାର) ଯୋଗ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅଧିକ ପଢନ୍ତୁ

ବିଶ୍ୱ ବୈଷ୍ଣବ ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ସମ୍ବୋଧନ
ବିଶ୍ୱ ବୈଷ୍ଣବ ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ସମ୍ବୋଧନ

By

Published : Feb 20, 2022, 2:12 PM IST

ପୁରୀ:ତ୍ରିଦିବସୀୟ ବିଶ୍ବ ବୈଷ୍ଣବ ସମ୍ମିଳନୀ ତଥା ଗୌଡୀୟ ମିଶନର ପ୍ରତିଷ୍ଠାତାଙ୍କ ୧୫୦ତମ ଜୟନ୍ତୀ ସମାରୋହରେ ଆଜି (ରବିବାର) ଯୋଗ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସମାରୋହକୁ ସମ୍ବୋଧନ କରି ଅଦୃଶ୍ୟ ମହାମାରୀ କୋପରୁ ମାନବଜାତିଙ୍କୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମହାମହିମ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବେଶ ଖୁସି ଥିବା କହିଛନ୍ତି ରାଷ୍ଟ୍ରପତି ।

ବିଶ୍ୱ ବୈଷ୍ଣବ ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ସମ୍ବୋଧନ

ସେ ଆହୁରି କହିଛନ୍ତି ଭାଗବାନଙ୍କ କୃପାରୁ ମୋ ଜୀବନରେ ଦେଶର କୋଣ ଅନୁକୋଣରେ ଥିବା ଅନେକ ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରିବାର ସୁଯୋଗ ମିଳିଛି । ଏହି ସ୍ଥାନରେ ବିଭିଧ ପରମ୍ପରା ଓ ଧାର୍ମିକ ପ୍ରଣାଳୀ ପ୍ରଚଳିତ ରହିଛି । ବିଶ୍ବର ବିଭିନ୍ନ ଆସ୍ଥା ପଛରେ ଈଶ୍ବର ଭକ୍ତି ରହିଛି । ସତ୍ୟ ଏକ ଏବଂ ଅଭିନ୍ନ ଏହାର ଭାଗବଣ୍ଟା ହୋଇ ପାରିବ ନାହିଁ । ଦେଶର ମହାନ ସନ୍ଥମାନେ ଭକ୍ତିମାର୍ଗକୁ ପ୍ରଶସ୍ତ କରିଥିବା କହିଛନ୍ତି ରାଷ୍ଟ୍ରପତି ।

ଭକ୍ତି ଓ ସମର୍ପଣ ସେବା ସହ ଜଡିତ । ଚୈତନ୍ୟ ମହାପ୍ରଭୁଙ୍କ ମହାଭାବ ସମ୍ପର୍କରେ ସ୍ମରଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପରମ ଶକ୍ତି ନିଜ ପୂରରେ ପୂଜନୀୟ । ଭାରତରେ ଭକ୍ତି ଭାବରେ ଇଶ୍ବରଙ୍କୁ ପୂଜା କରିବାର ପରମ୍ପରା ସର୍ବାଧିକ ମହତପୂର୍ଣ୍ଣ ରହି ଆସିଛି । ଆମ ଏ ଭାରତ ଭୂମି ଧନ୍ୟ ଯେଉଁଠି ଅନେକ ମହାନ ସାଧୁ ସନ୍ଥମାନେ ଲୋକଙ୍କୁ ନିସ୍ବାର୍ଥପର ଉପାସନା ମାର୍ଗ ଦେଖାଇଛନ୍ତି । ଭକ୍ତିର ପରାକାଷ୍ଠା ଏତେ ଯେ ଇଶ୍ବନ ସ୍ବୟଂ ଭକ୍ତ ପାଖକୁ ଆସିଥାନ୍ତି । ସନ୍ଥ କବୀର, ରାମ ଭକ୍ତ ତୁଳସୀ ଦାସ , ଗୁରୁ ନାନକ, କୃଷ୍ଣ ଭକ୍ତ ସୁର ଦାସ, ଚୈତନ୍ୟ, ରାମାନୁଜ ଆଚାର୍ଯ୍ୟ, ମୀରାବାଈଙ୍କ ଅନନ୍ୟ ଭକ୍ତି ବିଷୟରେ ସ୍ମରଣ କରିଛନ୍ତି ରାଷ୍ଟ୍ରପତି ।

ଦେଶର ଅନେକ ସ୍ଥାନରେ ମହାନ ସନ୍ଥମାନେ ଭକ୍ତି ମାର୍ଗରେ ପ୍ରସାର ପ୍ରଚାର କରିଛନ୍ତି । ଆସାମରେ ଶଙ୍କର ଦେଓଙ୍କଠୁ ନେଇ ଗୁଜୁରାଟରେ ନରସି ମେହେତାଙ୍କ ଯାଏଁ ଉତ୍ତରରେ ଗୁରୁ ନାନକଙ୍କଠୁ ନେଇ ଦକ୍ଷିଣ ନାରାୟଣ ଭଟ୍ଟଙ୍କ ଦ୍ବାରା ଭକ୍ତି ଧାରା ଜାରି ରହିଛି । କୋରୋନା ଯୋଦ୍ଧାଙ୍କ ବଳିଦାନ ବିଷୟରେ ଆଲୋକପାତ କରି କହିଛନ୍ତି ଦେଶ ସେମାନଙ୍କ ନିକଟରେ ସର୍ବଦା ଋଣୀ । ମାନବ ସେବାକୁ ଜୀବନର ଉଦ୍ଦେଶ୍ୟ ମାନିଛନ୍ତି ଆମ କୋରୋନା ଯୋଦ୍ଧା ବୋଲି କହିଛନ୍ତି ରାଷ୍ଟ୍ରପତି ।

ପ୍ରକାଶ ଥାଉ କି, ୩ ବର୍ଷ ଧରି ଚାଲିବ ଏହି ବିଶ୍ବ ବୈଷ୍ଣବ ସମ୍ମିଳନୀ । ପୁରୀ ଶରଧାବାଲିରେ ବିଶ୍ୱ ବୈଷ୍ଣବ ସମ୍ମିଳନୀ ଉଦ୍‌ଘାଟିତ ହୋଇଛି । ୨୦୨୫ରେ ଏହି ସମ୍ମିଳନୀ ଶେଷ ହେବ । ସମ୍ମିଳନୀରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ବିଭିନ୍ନ ସ୍ଥାନରୁ ୬୦୦ରୁ ଊର୍ଦ୍ଧ୍ୱ ସାଧୁସନ୍ଥଙ୍କ ଯୋଗଦାନ କରିଛନ୍ତି । ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details