ଓଡିଶା

odisha

ETV Bharat / city

ଗଜପତିଙ୍କ ପାଦ ଛୁଇଁ ନମସ୍କାର ହେଲେ ରାଷ୍ଟ୍ରପତି - ଗଜପତି

ଦାରୁବ୍ରହ୍ମଙ୍କୁ ଦର୍ଶନ ସମୟରେ ରାଷ୍ଟ୍ରପତିଙ୍କ ସହିତ ଉପସ୍ଥିତ ଥିଲେ ପୁରୀ ମହାରାଜା ଗଜପତି ଦିବ୍ୟସିଂହ ଦେବ ଓ ଅନ୍ୟ ପଦାଧିକାରୀ । ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଗଜପତିଙ୍କ ପାଦ ଛୁଇଁ ନମସ୍କାର କରିଛନ୍ତି ରାଷ୍ଟ୍ରପତି । ଅଧିକ ପଢନ୍ତୁ...

ଗଜପତିଙ୍କ ପାଦ ଚୁଇଁ ନମସ୍କାର ହେଲେ ରାଷ୍ଟ୍ରପତି
ଗଜପତିଙ୍କ ପାଦ ଚୁଇଁ ନମସ୍କାର ହେଲେ ରାଷ୍ଟ୍ରପତି

By

Published : Mar 22, 2021, 11:02 PM IST

ପୁରୀ: ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦାରୁବ୍ରହ୍ମଙ୍କୁ ଦର୍ଶନ ସମୟରେ ରାଷ୍ଟ୍ରପତିଙ୍କ ସହିତ ଉପସ୍ଥିତ ଥିଲେ ପୁରୀ ମହାରାଜା ଗଜପତି ଦିବ୍ୟସିଂହ ଦେବ ଓ ଅନ୍ୟ ପଦାଧିକାରୀ । ଏହି ଅବସରରେ ଦେଖିବାକୁ ମିଳିଥିଲା ଏକ ଭିନ୍ନ ଦୃଶ୍ୟ । ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଗଜପତିଙ୍କ ପାଦ ଛୁଇଁ ନମସ୍କାର କରିଛନ୍ତି ରାଷ୍ଟ୍ରପତି ।

ଗଜପତିଙ୍କ ପାଦ ଚୁଇଁ ନମସ୍କାର ହେଲେ ରାଷ୍ଟ୍ରପତି

ଗଜପତିଙ୍କ ପାଦ ଛୁଇଁ ନମସ୍କାର ହୋଇ ହିନ୍ଦୁ ଧର୍ମର ମହାନ ପରମ୍ପରାର ନିଦର୍ଶନ ଦେଇଛନ୍ତି ରାଷ୍ଟ୍ରପତି । ଦେଶର ପ୍ରଥମ ନାଗରିକ ତଥା ସର୍ବୋଚ୍ଚ ପଦରେ ରହି ସଂସ୍କୃତିକୁ ଭୁଲି ନାହାନ୍ତି ରାଷ୍ଟ୍ରପତି । ଜଗନ୍ନାଥ ମହପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କୁ ପ୍ରଣାମ କରି ତାଙ୍କର ଆଶୀର୍ବାଦ ନେଇଥିଲେ ସେ ।

ଗଜପତିଙ୍କୁ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ବୋଲି ମନେ କରାଯାଉଥିଲା । ବିଶ୍ବାସ ଥିଲା ଯେ ରାଜାଙ୍କର ବିରୋଧ କରିବା ଅର୍ଥ ଜଗନ୍ନାଥଙ୍କର ବିରୋଧୀ ହେବା । ସେହିପରି ଗଜପତିଙ୍କୁ ଜଗନ୍ନାଥଙ୍କ ଆଦ୍ୟ ସେବକ ବୋଲି ମଧ୍ୟ କୁହାଯାଏ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details