ଓଡିଶା

odisha

ETV Bharat / city

ଦଶମୂଳ ମହୌଷଧି ଲାଗି ପ୍ରସ୍ତୁତି ଶେଷ - ପୁରୀ

ସ୍ନାନପୂର୍ଣ୍ଣିମାରେ ୧୦୮ ଗରାରେ ଗାଧୋଇବା ପରେ ଜ୍ବରରେ ପୀଡିତ ଶ୍ରୀବିଗ୍ରହଙ୍କ ଶାସ୍ତ୍ରାନୁମତେ ଚାଲିଛି ଚିକିତ୍ସା । ଆସନ୍ତାକାଲି (ଶନିବାର) ଦଶମୂଳ ମହୌଷଧି ଲାଗି ସହ ଚନ୍ଦନ ଲାଗି ନୀତି କରାଯିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Jun 28, 2019, 8:53 PM IST

ପୁରୀ: ଆଜି(ଶୁକ୍ରବାର) ଅଣସର ଗୃହରେ ମହାପ୍ରଭୁଙ୍କର ଚକାବିଜେ ନୀତି ସମ୍ପନ୍ନ ହେବ । ସ୍ନାନପୂର୍ଣ୍ଣିମାରେ ୧୦୮ ଗରାରେ ଗାଧୋଇବା ପରେ ଜ୍ବରରେ ପୀଡିତ ଶ୍ରୀବିଗ୍ରହଙ୍କ ଶାସ୍ତ୍ରାନୁମତେ ଚାଲିଛି ଚିକିତ୍ସା । ଗୁପ୍ତନୀତି ଓ ଚିକିତ୍ସା ପରେ ଧିରେଧିରେ ସୁସ୍ଥ ହେଉଛନ୍ତି ଦାରୁବିଗ୍ରହ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେବେ ଆଜି ଚକାବିଜେ ନୀତି ଅନୁଷ୍ଠିତ ହେବା ସହ ରାଜବୈଦ ମହାପ୍ରଭୁଙ୍କ ଲାଗି ଦଶମୂଳ ମହୌଷଧି ପ୍ରସ୍ତୁତ କରି ଶ୍ରୀମନ୍ଦିର ଗାରଦରେ ଦାଖଲ କରିବେ । ଆସନ୍ତାକାଲି(ଶନିବାର) ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଏହି ଦଶମୂଳ ମହୌଷଧି ଲାଗି ସହ ଚନ୍ଦନ ଲାଗି ନୀତି କରାଯିବ । ଏନେଇ ମହୌଷଧି ପ୍ରସ୍ତୁତି ଶେଷ ହୋଇଛି ।

ଆସନ୍ତାକାଲି ବିଳମ୍ବିତ ରାତିରେ ମହାପ୍ରଭୁଙ୍କୁ ମହୌଷଧି ଲାଗି ପରେ ସୁସ୍ଥ ହେବେ ଶ୍ରୀଜିଉ । ଏହା ପରେ ଭକ୍ତଙ୍କୁ ନବଯୌବନ ଦର୍ଶନ ଦେବେ ପ୍ରଭୁ । ତେବେ ତାଳପୂର୍ଣ୍ଣି, ଗମ୍ଭାରୀ, ବଲ୍ଲ, ପଣପଣା, ଗୋଖରା ଆଦି ଚୂର୍ଣ୍ଣ କରି ସେଥିରେ ଖୁଆ, ମହୁ ଆଦି ଗୋଳାଇ ଏହି ଦଶମୂଳ ମୋଦକ ପ୍ରସ୍ତୁତ କରାଯାଇଥାଏ । ଆଉ ଏହି ମୋଦକକୁ ଏକାଦଶୀ ଦିନ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ଲାଗି କରିଥାନ୍ତି । ଏହା ପରେ ଦ୍ବାଦଶ ଦିନ ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ଗଜପତି ମହାରାଜଙ୍କୁ ପ୍ରଦାନ କରାଯାଇଥାଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details