ଓଡିଶା

odisha

ETV Bharat / city

ପୁରୀରେ ଦୁର୍ଗାପୂଜା ନେଇ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ

ପୁରୀ ସହରରେ ଶାନ୍ତି ଶୃଙ୍ଖଳାର ସହ ଦୁର୍ଗାପୂଜା ପୂଜା ସମ୍ପନ୍ନ କରିବା ନେଇ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଅଧିକ ପଢ଼ନ୍ତୁ

preparation meeting by collector for durga puja in puri
ଦୁର୍ଗାପୂଜା ନେଇ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ

By

Published : Sep 24, 2022, 2:46 PM IST

ପୁରୀ: ଦୀର୍ଘ ଦୁଇ ବର୍ଷ ପରେ ପୁରୀ ଜିଲ୍ଲାରେ ବେଶ ଆଡ଼ମ୍ବରରେ ପାଳିତ ହେବ ଦୁର୍ଗାପୂଜା । ଶାନ୍ତି ଶୃଙ୍ଖଳାର ସହ କିପରି ପୂଜା ସମ୍ପନ୍ନ ହେବ ସେନେଇ ସଦଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଦୁର୍ଗାପୂଜା ଏକ ଶାନ୍ତି ଏବଂ ସଦଭାବନାର ପର୍ବ ହୋଇଥିବାରୁ ପ୍ରତ୍ୟେକ କାର୍ଯ୍ୟ ଶୃଙ୍ଖଳାର ସହ ପରିଚାଳନା କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

ଦୁର୍ଗାପୂଜା ନେଇ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ

ବୈଠକର ନିଷ୍ପତ୍ତି ଅନୁସାରେ ଦଶହରା ଅକ୍ଟୋବର ୫ ତାରିଖରେ ଓ ଭସାଣୀ ଉତ୍ସବ ୬ ତାରିଖରେ ଅନୁଷ୍ଠିତ ହେବ । ଅକ୍ଟୋବର ୧ ତାରିଖରେ ଷଷ୍ଠୀ, ୨ ତାରିଖରେ ମହାସପ୍ତମୀ, ୩ ତାରିଖରେ ମହାଷ୍ଟମୀ, ୪ ତାରିଖରେ ନବମୀ ଅନୁଷ୍ଠିତ ହେବ । ପ୍ରତ୍ୟେକ ପୂଜା କମିଟି ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେବା ସହ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବା ତଥା ରାସ୍ତା ଅବରୋଧ ନ କରିବା, ସ୍ବଚ୍ଛତା ବ୍ୟବସ୍ଥା ପ୍ରତି ବିଶେଷ ଭାବେ ଗୁରୁତ୍ବ ଦେବେ ।ଭସାଣୀ ଦିନ ସିଂହଦ୍ୱାରଠାରେ ସମସ୍ତ ମେଢ଼ ଗୁଡିକ ଏକତ୍ରିତ ହେବେ । ସେଠାରେ ମେଢ ପ୍ରଦର୍ଶନ କରାଯିବା ପରେ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ। ମେଢ ଗୁଡିକ ମଙ୍ଗଳାହାଟ ସ୍ଥିତ ଅସ୍ଥାୟୀ ପୋଖରୀରେ ବିସର୍ଜିତ ହେବେ । ବିସର୍ଜନ ସ୍ଥଳରେ ମ୍ୟୁନିସିପାଲିଟି ପକ୍ଷରୁ ଆଲୋକ ବ୍ୟବସ୍ଥା ଏବଂ କ୍ରେନ ବ୍ୟବସ୍ଥା କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ:ଦୁର୍ଗା ପୂଜା ପାଇଁ ଭୁବନେଶ୍ବରରେ ଧରପଗଡ, ବସ୍ତି ଓ ଖଟିରେ ପୋଲିସର ଫ୍ଲାଗ୍ ମାର୍ଚ୍ଚ

ଆରକ୍ଷୀ ବିଭାଗ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ସେହିଭଳି ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିର୍ବାପକ ଓ କୌଣସି ଦୁର୍ଘଟଣା ପାଇଁ ପଦକ୍ଷେପ ନେବା, ପୂଜା ଓ ଭସାଣୀ ସମୟରେ ପାନୀୟ ଜଳ ବ୍ୟବସ୍ଥା, ଆଲୋକ ବ୍ୟବସ୍ଥା, ରାସ୍ତା ଘାଟ ମରାମତି ଇତ୍ୟାଦି ବ୍ୟବସ୍ଥା ସମ୍ପୃକ୍ତ ବିଭାଗମାନେ ନିଜ ଦାୟିତ୍ବ ସଠିକ ଭାବେ ତୁଲାଇବାକୁ କୁହାଯାଇଥିଲା । ପୂଜା କମିଟିମାନେ ଶୃଙ୍ଖଳା ରକ୍ଷା ଓ ସୁରକ୍ଷା ପାଇଁ ସ୍ୱେଚ୍ଛାସେବୀ ନିୟୋଜନ କରିବେ । ଏଥିସହ ସିସିଟିଭି ଲଗାଇବା, ପୂଜା କମିଟିର ସ୍ବେଚ୍ଛାସେବୀଙ୍କୁ ଚିହ୍ନଟ ପାଇଁ ପରିଚୟ ପତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆୟୋଜିତ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ପୂଜା କମିଟିର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଶଂଗ୍ରହଣ କରିଥିଲେ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details