ଓଡିଶା

odisha

ETV Bharat / city

ନନ୍ଦିଘୋଷ ରଥ ଅଖରେ ଫାଟ ଘଟଣା, ଯାଞ୍ଚ ରରେ ଲାଗିବ ନୂଆ ଅଖ

ନନ୍ଦିଘୋଷ ରଥ ଅଖରେ ଫାଟ । ବୈଷୟିକ କମିଟିର ପରାମର୍ଶ ପରେ ନୂଆ ଅଖ ଲାଗିବା ନେଇ ହେଲା ନିଷ୍ପତ୍ତି । ଅଧିକ ପଢନ୍ତୁ

By

Published : Jun 10, 2022, 7:38 PM IST

Updated : Jun 10, 2022, 8:24 PM IST

ନନ୍ଦିଘୋଷ ରଥ ଅଖରେ ଫାଟ ଘଟଣା, ଯାଞ୍ଚ ରରେ ଲାଗିବ ନୂଆ ଅଖ
ନନ୍ଦିଘୋଷ ରଥ ଅଖରେ ଫାଟ ଘଟଣା, ଯାଞ୍ଚ ରରେ ଲାଗିବ ନୂଆ ଅଖ

ପୁରୀ: ନନ୍ଦିଘୋଷ ରଥ ଅଖରେ ଫାଟ । ବୈଷୟିକ କମିଟିର ପରାମର୍ଶ ପରେ ନୂଆ ଅଖ ଲାଗିବା ନେଇ ହେଲା ନିଷ୍ପତ୍ତି । ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲି ଥିବାବେଳେ ନନ୍ଦିଘୋଷ ରଥରେ ସାମାନ୍ୟ ସମସ୍ୟା ଦେଖାଦେଇଛି । ନନ୍ଦିଘୋଷ ରଥ ଅଖରେ ଫାଟ ସୃଷ୍ଟି ହୋଇଥିବାରୁ ଏହାକୁ ବଦଳାଇ ନୂଆ ଅଖ ଲଗାଯିବ । ନନ୍ଦିଘୋଷ ରଥର ପଛ ଅଖରେ ଫାଟ ଥିବା ଯୋଗୁ ଏହାକୁ ବଦଳାଯିବା ପାଇଁ ନିଆଯାଇଛି ନିଷ୍ପତ୍ତି ।

ଅଖରେ ଫାଟଥିବାରୁ ଓଝା ସେବକମାନେ ଗତକାଲି(ଗୁରୁବାର) ଅଖ, ଦଣ୍ଡା, କୁଡୁକାକୁ ବାନ୍ଧି ରଖିବା ପାଇଁ କ୍ଲାମ୍ପ ଲଗାଇଥିଲେ । ତେବେ ରଥଯାତ୍ରା ସମୟରେ ଏହି ଅଖ ସମସ୍ୟା ସୃଷ୍ଟି କରିବା ଆଶଙ୍କା ଥିବାରୁ ବୈଷୟିକ କମିଟିର ପରାମର୍ଶ କ୍ରମେ ଏହାକୁ ବଦଳାଯାଉଛି । ତେବେ ରଥ ନିର୍ମାଣରେ ଆଉ କିଛି ସମସ୍ୟା ନ ଥିବାବେଳେ ନୂଆ ଅଖ ପାଇଁ ଅଖ ହଣା କାର୍ଯ୍ୟ ଚାଲୁ ରହିଛି ।

ଇଟିଭି ଭାରତ, ପୁରୀ

Last Updated : Jun 10, 2022, 8:24 PM IST

ABOUT THE AUTHOR

...view details