ପୁରୀ: ମହାପ୍ରଭୁଙ୍କ ରଥ ଯାତ୍ରାକୁ କୋଭିଡ କଟକଣା ଭିତ୍ତିରେ କରିବା ପାଇଁ ପୋଲିସ ପକ୍ଷରୁ କଡା ବ୍ୟବସ୍ଥା ପୁରୀରେ ହୋଇଛି । ତେବେ ରଥ ଯାତ୍ରାରେ ପୋଲିସ ବ୍ୟବସ୍ଥାର ତଦାରଖ କରିଛନ୍ତି ନିଜେ ପୋଲିସ ଡିଜି । ପୁରୀ ସହରବାସୀ କଟକଣାକୁ ମାନି ପୋଲିସକୁ ସହଯୋଗ କରିଥିବା ହେତୁ ସେ ପୁରୀ ସହରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ସାରା ଓଡିଶାରେ ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ଅୟୋଜନ ନେଇ ଅନୁମତି ନାହିଁ । ସାରା ଓଡିଶାବାସୀ ଏହାକୁ ମାନିଥିବା ହେତୁ ପୋଲିସ ଡିଜି ଅଭୟ ଓଡିଶାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ତେବେ ରଥଯାତ୍ରା ସରିବା ଯାଏଁ ପୋଲିସ ପକ୍ଷରୁ ସମସ୍ତ ଅଞ୍ଚଳରେ ସତର୍କ ନଜର ରଖାଯାଇ ଥିବା ପୋଲିସ ଡିଜି କହିଛନ୍ତି ।
RATH YATRA: ପୁରୀବାସୀଙ୍କୁ ଧନ୍ୟବାଦ ଦେଲେ ପୋଲିସ DG - ପୁରୀବାସୀଙ୍କୁ ଧନ୍ୟବାଦ ଦେଲେ ପୋଲିସ ଡ଼ିଜି
ମହାପ୍ରଭୁଙ୍କ ରଥ ଯାତ୍ରାକୁ କୋଭିଡ କଟକଣା ଭିତ୍ତିରେ କରିବା ପାଇଁ ପୋଲିସ ପକ୍ଷରୁ କଡା ବ୍ୟବସ୍ଥା ପୁରୀରେ ହୋଇଛି । ତେବେ ରଥ ଯାତ୍ରାରେ ପୋଲିସ ବ୍ୟବସ୍ଥାର ତଦାରଖ କରିଛନ୍ତି ନିଜେ ପୋଲିସ ଡିଜି। ପୁରୀ ସହରବାସୀ କଟକଣାକୁ ମାନି ପୋଲିସକୁ ସହଯୋଗ କରିଥିବା ହେତୁ ସେ ପୁରୀ ସହରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଅଧିକ ପଢନ୍ତୁୂ...
ପୁରୀବାସୀଙ୍କୁ ଧନ୍ୟବାଦ ଦେଲେ ପୋଲିସ ଡ଼ିଜି
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ