ଓଡିଶା

odisha

ETV Bharat / city

ଐତିହ୍ୟ ସହର ସ୍ବପ୍ନକୁ ପାର୍କିଂ ଚିନ୍ତା

ଶ୍ରୀକ୍ଷେତ୍ରରେ ପାର୍କିଂ ସମସ୍ୟା, ହନ୍ତସନ୍ତ ହେଉଛନ୍ତି ଲୋକେ । ସହରର ଅଧିକାଂଶ ମାର୍କେଟ କମ୍ଲେକ୍ସ ଓ ସଫିଂ ମଲରେ ନାହିଁ ନିଜସ୍ବ ପାର୍କିଂ ବ୍ୟବସ୍ଥା । ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ....

parking problem in puri
ଐତିହ୍ୟ ସହର ସ୍ବପ୍ନକୁ ପାର୍କିଂ ଚିନ୍ତା

By

Published : Dec 19, 2020, 5:20 PM IST

ପୁରୀ : ବଦଳିବ ପୁରୀ ସହରର ଚିତ୍ର । ଐତିହ୍ୟ ସହର ଭାବେ ପରିଗଣିତ ହେବ ଶ୍ରୀକ୍ଷେତ୍ର । ପ୍ରସ୍ତୁତ ସରିଛି ବ୍ଲୁ ପ୍ରିଣ୍ଟ୍‌ । ଏନେଇ କାର୍ଯ୍ୟ ବି ଆରମ୍ଭ ହୋଇଗଲାଣି । ହେଲେ ସହରର ମୁଖ୍ୟ ସମସ୍ୟା ହୋଇ ଠିଆ ହୋଇଛି ପାର୍କିଂ ସମସ୍ୟା । ସେ ବଡ଼ ଦାଣ୍ଡ ହେଉ କି , ମେଡ଼ିକାଲ ଛକ କି ବଡ଼ ଶଙ୍ଖ । ସବୁଠି ପାର୍କି ସମସ୍ୟା ପାଇଁ ଲୋକେ ହେଉଛନ୍ତି ହନ୍ତସନ୍ତ । ଜଗା ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ନିଇତି ଶ୍ରୀକ୍ଷତ୍ରକୁ ଆସିଥାନ୍ତି । ସ୍ଥାୟୀ ପାର୍କିଂ ସୁବିଧା ନ ଥିବା ହେତୁ ରାସ୍ତା କଡରେ ଗାଡି ପାର୍କିଂ କରନ୍ତି । ଫଳରେ ଗମନାଗମନରେ ସୃଷ୍ଟି ହୁଏ ସମସ୍ୟା । ସହରରେ ଥିବା ଅଧିକାଂଶ ମାର୍କେଟ କମ୍ଲେକ୍ସ ଓ ସଫିଂ ମଲରେ ନାହିଁ ନିଜସ୍ବ ପାର୍କିଂ ବ୍ୟବସ୍ଥା । ମଲକୁ ଆସୁଥିବା ଗ୍ରାହକ ରାସ୍ତା କଡରେ ଗାଡି ଛିଡା କରନ୍ତି । ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ନଜିର ରହିଛି । ଯଦି ଏବେଠୁ ପାର୍କିଂ ବ୍ୟବସ୍ଥା ସଜଡା ନ ଯାଏ ଅଗାମୀ ଦିନରେ ସହରରେ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିବ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।

ଐତିହ୍ୟ ସହର ସ୍ବପ୍ନକୁ ପାର୍କିଂ ଚିନ୍ତା
ସେପଟ, ପୁରୀକୁ ହେରିଟେଜ ସିଟି ଭାବେ ନିର୍ମାଣ ପାଇଁ ଅବଢ଼ା ଯୋଜନାରେ 3 ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟ ବରାଦ ହୋଇଛି। ପାର୍କିଂ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଅଣ୍ଟା ମଧ୍ୟ ଭିଡିଛନ୍ତି । 11 ଶହ ଗାଡି ପାର୍କିଂ ହେବା ଭଳି 3 ଟି ମଲ୍ଟି ଷ୍ଟୋରେଜ ପାର୍କିଂ କମ୍ପ୍ଲେସ ହେବ। ପୌରପାଳିକା ମାର୍କେଟ କମ୍ପ୍ଲେସ ଓ ଜେଲରୋଡ଼ରେ ବହୁତଳ ଗାଡି ପାର୍କିଂ କମ୍ପ୍ଲେସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଜଗନ୍ନାଥ ବଲ୍ଲବରେ ଖୁବଶିଘ୍ର କାର୍ଯ୍ୟ ଆରମ୍ଭ ହେବ ।

ସେପଟେ,ଯେଉଁ କମରସିଆଲ କମ୍ପ୍ଲେସ ଗୁଡ଼ିକର ନିଜସ୍ବ ପାର୍କିଂ ବ୍ୟବସ୍ଥା ନାହିଁ ସେ ସଂସ୍ଥା ସହ ଆଲୋଚନା କରାଯାଇ ସମାଧାନ ପନ୍ଥା ବାହାର କରାଯିବ ବୋଲି ପୁରୀ ଏସପି କହିଛନ୍ତି। ସହରର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ପାଇଁ ସରକାର ଯେତିକି ତତ୍ପର ହେଉଛନ୍ତି ପାର୍କିଂ ସମସ୍ୟାର ସମାଧାନ ନେଇ ସେତିକି ତତ୍ପର ହେବାକୁ ସହରବାସୀ ଦାବି କରିଛନ୍ତି । ତେବେ ଏହି ସମସ୍ୟାକୁ ଦୂର କରା ନ ଗଲେ ହେରିଟେଜ ସିଟିର ବାସ୍ତବ ଉଦ୍ଦେଶ୍ୟ ପୂରଣ ହୋଇପାରିବ ନାହିଁ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details