ଓଡିଶା

odisha

ETV Bharat / city

ଗୋପ ଅଞ୍ଚଳରେ ମିଳିଲା ଖଣିଜ ତୈଳ ସନ୍ଧାନ

ଗୋପ ଅଞ୍ଚଳର ମାଟି ତଳେ ରହିଛି ପେଟ୍ରୋଲ ଓ ଗ୍ୟାସ୍ । ଭାରତ ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗ ONGC ଏହାର ସନ୍ଧାନ ପାଇଛି । ଅଧିକ ପଢନ୍ତୁ

By

Published : Apr 16, 2022, 10:58 AM IST

ଗୋପ ଅଞ୍ଚଳରେ ଖଣିଜ ତୈଳ ଠାବ କଲା ONGC
ଗୋପ ଅଞ୍ଚଳରେ ଖଣିଜ ତୈଳ ଠାବ କଲା ONGC

ପୁରୀ: ଗୋପ ଅଞ୍ଚଳର ମାଟି ତଳେ ରହିଛି ପେଟ୍ରୋଲ ଓ ଗ୍ୟାସ୍ । ଭାରତ ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗ ONGC ଏହାର ସନ୍ଧାନ ପାଇଛି । ଦିର୍ଘ ଦିନର ସର୍ଭେ ପରେ ଏହି ତଥ୍ୟ ମିଳିଛି । ତେବେ କେତେ ପରିମାଣରେ ତେଲ ଗଚ୍ଛିତ ରହିଛି, ତୈଳ ଉତ୍ତୋଳନ ହେଲେ ବ୍ୟୟ ଅନୁଯାୟୀ ବ୍ୟବସାୟିକ ଲାଭ ହେବ କି ନାହିଁ, ସେ ନେଇ ONGC ସର୍ଭେ କରିବ । ସେଥିପାଇଁ ଗୋପ ବ୍ଳକର କୁସୁପୁର, ଚିତ୍ରା ଗ୍ରାମରେ 8 ଏକର ଜମି ନେଇ ଥିବା ବେଳେ ଏନେଇ ONGC କାର୍ଯ୍ୟ ଜାରି ରହିଛି ।

ଗୋପ ଅଞ୍ଚଳରେ ଖଣିଜ ତୈଳ ଠାବ କଲା ONGC

ରାଜ୍ୟ ସରକାରଙ୍କ ସହଯୋଗରେ ଏହି କାର୍ଯ୍ୟ ଚାଲିଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସହଯୋଗ କରୁଛି । ତେବେ ଗୋପ ଅଞ୍ଚଳରେ ମାଟି ତଳେ ତୈଳ ଓ ଗ୍ୟାସ ଥିବା ଜଣାପଡିବା ପରେ ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଯଦି ଅଗାମୀ ଦିନରେ ONGC ପକ୍ଷରୁ ଏଠାରେ ତୈଳ ଉତ୍ତୋଳନ କରାଯାଏ ସ୍ଥାନୀୟ ଅଞ୍ଚଳବାସୀଙ୍କ ଅର୍ଥନୈତିକ ଉନ୍ନତି ହେବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି ।

ବିଶେଷତଃ ନିଯୁକ୍ତି ସୁଯୋଗ ମିଳିଲେ ଅନେକ ଯୁବକ ରୋଜଗାରକ୍ଷମ ହୋଇ ପାରିବେ ବୋଲି ଆଶା କରାଯାଉଛି । ଏଣୁ ଏହି ପ୍ରକଳ୍ପକୁ ଗୋପବାସୀ ସ୍ୱାଗତ କରିଛନ୍ତି । ସେପଟେ ପୁରୀ ଜିଲ୍ଲାପାଳ କହିଛନ୍ତି ONGCର କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ସହଯୋଗ କରୁଛି । ଏହି ପ୍ରକଳ୍ପ ପାଇଁ ଯେଉଁ ଚାଷ ଜମି ଅଧିଗ୍ରହଣ ହେବ ତାହାର ଉପଯୁକ୍ତ କ୍ଷତିପୂରଣ ମଧ୍ୟ ଦିଆଯିବାର ବ୍ୟବସ୍ଥା ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details