ଓଡିଶା

odisha

ETV Bharat / city

ପରୀକ୍ଷା ପୂର୍ବରୁ ହଲରୁ ସିସି କ୍ୟାମେରା ଗାଏବ

ପରୀକ୍ଷାକୁ ଆଉ ଗୋଟିଏ ଦିନ ବାକି ରହିଥିବା ବେଳେ ପରୀକ୍ଷା ହେବାକୁ ଥିବା ଶ୍ରେଣୀ ଗୃହରୁ କବାଟ ଭାଙ୍ଗି ଦୁଇଟି ସିସି କ୍ୟାମେରା ଚୋରି ।

ଫଟୋ ସୌଜନ୍ୟ: ପ୍ରତିନିଧି ବ୍ରହ୍ମଗିରି

By

Published : Mar 6, 2019, 5:19 PM IST

ପୁରୀ: ରାତି ପାହିଲେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପରୀକ୍ଷାକୁ ଆଉ ଗୋଟିଏ ଦିନ ବାକି ରହିଥିବା ବେଳେ ପରୀକ୍ଷା ହେବାକୁ ଥିବା ଶ୍ରେଣୀ ଗୃହରୁ କବାଟ ଭାଙ୍ଗି ଦୁଇଟି ସିସି କ୍ୟାମେରା ରାତିରେ କେହି ଚୋରି କରିନେଇଛି ।

ଏଭଳି ଘଟଣା ଘଟିଛି ସାତପଡା ପଞ୍ଚାୟତସ୍ଥିତ ସ୍ନାତକଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟରେ । ଗତରାତିରେ ଉକ୍ତ କଲେଜରୁ 2ଟି ସିସି କ୍ୟାମେରା ଚୋରି ହୋଇଥିବା ଜଣାଯାଇଛି ।

ତେବେ କଲେଜର ପରୀକ୍ଷାକୁ କେହି ବିଭ୍ରାନ୍ତ କରିବାର ଚେଷ୍ଟା କରୁଛି । ଏଭଳି ପରିସ୍ଥିତିରେ କଲେଜ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବା ସହ ନୂତନ ସିସି କ୍ୟାମେରା ଲଗାଇବାର ବ୍ୟବସ୍ଥା କରାଯାଇଛି ।

ସୂଚନା ଅନୁସାରେ, ଚଳିତ ବର୍ଷ ପରୀକ୍ଷା କାର୍ଯ୍ୟକ୍ରମରେ ସୁଧାର ଆଣିବା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାସହ ସିସିଟିଭି କ୍ୟାମେରା ଲଗାଯାଇଛି । କିନ୍ତୁ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ କଲେଜରୁ ସିସି କ୍ୟାମେରା ଚୋରି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ବ୍ରବ୍ମଗିରରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details