ଓଡିଶା

odisha

ETV Bharat / city

ଶ୍ରୀମନ୍ଦିରରେ ଦ୍ୟୁତ କ୍ରୀଡା, ବନ୍ଧା ପଡିବେ ଠାକୁର - ମହାଲକ୍ଷ୍ମୀଙ୍କ ଠାରୁ ହାରି ବନ୍ଧା ପଡିବେ ପ୍ରଭୁ

କୁମାର ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ମହାପ୍ରଭୁ ଓ ମହାଲକ୍ଷ୍ମୀଙ୍କ ମଧ୍ୟରେ ଦ୍ୟୁତ କ୍ରୀଡା ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ମହାପ୍ରଭୁ ହାରିବା ପରେ 7 ଦିନ ପର୍ଯ୍ୟନ୍ତ ବନ୍ଧା ପଡିବେ ।

ବନ୍ଧା ପଡିବେ ଠାକୁର

By

Published : Oct 13, 2019, 12:30 PM IST

ପୁରୀ: ଆଜି କୁମାର ପୂର୍ଣ୍ଣିମା ସହ ଆରମ୍ଭ ହେଉଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଏନେଇ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ଶ୍ରୀ ସୁର୍ଦଶନ ଦେବ ଚଉଦୋଳରେ ବିଜେ କରି ନଗର ପରିକ୍ରମା ସହ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ନୀତିକାନ୍ତି ଅନୁଷ୍ଠିତ ହେବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପରମ୍ପରା ଅନୁଯାୟୀ, ଦେବ ଦମ୍ପତ୍ତିଙ୍କ ଦ୍ୟୁତ କ୍ରୀଡା ଅନୁଷ୍ଠିତ ହେବ । ଲକ୍ଷ୍ମୀ ଠାକୁରାଣୀଙ୍କ ଠାରୁ ଦ୍ୟୁତ କ୍ରୀଡାରେ ହାରି ମହାପ୍ରଭୁ ଶେଷରେ ବନ୍ଧା ପଡିବେ । ଠାକୁରଙ୍କ ସନ୍ଧ୍ୟା ଧୂପ ପୂଜା ଅନୁଷ୍ଠିତ ହେବାବେଳେ ଶ୍ରୀ ମଦନ ମୋହନ ଓ ଶ୍ରୀଦେବୀ ଆଜ୍ଞା ମାଳ ପାଇ ମହାଲକ୍ଷ୍ମୀଙ୍କ ଜଗମୋହନ ସ୍ଥିତ ଖଟ ଉପରେ ବିଜେ କରିବେ ।

ସେଠାରେ କଉଡ଼ି, ପଶା ଓ ସକଟା ଖେଳ ଅନୁଷ୍ଠିତ ହେବ। ପରେ ଭିତରେ ଚନ୍ଦନ ଲାଗି ଓ ବଡ଼ ସିଂହାର ବେଶରେ ନୂଆ ଲୁଗା ଲାଗି ସହ ଛଅ ମୂର୍ତ୍ତି ଅଳଙ୍କାର ଲାଗୁ ନୀତି ଲାଗୁ ହୋଇ ସରିବା ପରେ ଖେଳ ଅନୁଷ୍ଠିତ ହେବ । ନୀତି ସରିବା ପରେ ଖେଳ ଅନୁଷ୍ଠିତ ହେବ ।

ଏଥିରେ ଠାକୁରାଣୀଙ୍କ ଠାରୁ ହାରିବେ ମହାପ୍ରଭୁ । ଫଳ ସ୍ବରୂପ ଶ୍ରୀମାଧବ ରତ୍ନସିଂହାସନରୁ ବିଜେ ହୋଇ ଲକ୍ଷ୍ମୀ ଠାକୁରାଣୀଙ୍କ ନିକଟରେ 7 ଦିନ ପର୍ଯ୍ୟନ୍ତ ବନ୍ଧା ପଡିବେ । ଅଷ୍ଟମୀ ଦିନ ଅବକାଶ ପୂଜା ଠାରୁ ଶ୍ରୀମାଧବ ରତ୍ନସିଂହାସନକୁ ବିଜେ କରିବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details