ଓଡିଶା

odisha

ETV Bharat / city

ରତ୍ନବେଦୀକୁ ଫେରିଲେ ଚତୁର୍ଦ୍ଧାମୂର୍ତ୍ତି: ବାଟ ଓଗାଳିଲେ ମହାଲକ୍ଷ୍ମୀ, ରସଗୋଲା ଦେଇ ମାନଭଞ୍ଜନ କଲେ ମହାବାହୁ - jagannath

ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରିନାଥ
ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରିନାଥ

By

Published : Jul 23, 2021, 3:36 PM IST

Updated : Jul 23, 2021, 10:29 PM IST

22:24 July 23

ରତ୍ନବେଦୀରେ ଚତୁର୍ଦ୍ଧାମୂର୍ତ୍ତି

ରତ୍ନବେଦୀରେ ଚତୁର୍ଦ୍ଧାମୂର୍ତ୍ତି

ରତ୍ନବେଦୀଙ୍କୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି  । ସମ୍ପନ୍ନ ହେଲା ନିଳାଦ୍ରୀ ବିଜେ ନୀତି

20:57 July 23

ମହାଲକ୍ଷ୍ମୀଙ୍କ ରସଗୋଲା ଦେଇ ମନାଇଲେ ମହାପ୍ରଭୁ

ମହାଲକ୍ଷ୍ମୀଙ୍କ ରସଗୋଲା ଦେଇ ମନାଇଲେ ମହାପ୍ରଭୁ

ନିଳାଦ୍ରୀ ବିଜେ ସମୟରେ ରସଗୋଲା ଦେଇ ଅଭିମାନିନୀ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ ମହାପ୍ରଭୁ  । ରସଗୋଲା ଖାଇ ମନ୍ଦିର କବାଟ ଖୋଲିଲେ ଲକ୍ଷ୍ମୀ  ।

20:41 July 23

ଗୋଟି ପହଣ୍ଡିରେ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ

ଗୋଟି ପହଣ୍ଡିରେ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ

ଶେଷରେ ଶ୍ରୀମସ୍ତକରେ ଟାହିଆ ପିନ୍ଧି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଗୋଟି ପହଣ୍ଡିରେ ଝୁଲି ଝୁଲି ଏକ ଭାବ ବିହ୍ୱଳ ପରିବେଶ ମଧ୍ୟରେ ସେବାୟତଙ୍କ ଗହଣରେ ରତ୍ନସିଂହାସନକୁ ବିଜେ କରୁଛନ୍ତି । 
 

18:53 July 23

ଗୋଟି ପହଣ୍ଡିରେ ରତ୍ନ ସିଂହାସନ ବିଜେ କରୁଛନ୍ତି ସୁଭଦ୍ରା

ଗୋଟି ପହଣ୍ଡିରେ ରତ୍ନ ସିଂହାସନ ବିଜେ କରୁଛନ୍ତି ସୁଭଦ୍ରା

ଅତ୍ୟନ୍ତ ଭକ୍ତିମୟ ପରିବେଶ ମଧ୍ୟରେ ଆରମ୍ଭ ହେଲା ମା ସୁଭଦ୍ରାଙ୍କ ପହଣ୍ଡି  । ଗୋଟି ପହଣ୍ଡିରେ ରତ୍ନ ସିଂହାସନକୁ ବିଜେ କରୁଛନ୍ତି ସୁଭଦ୍ରା  । 

16:59 July 23

ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ

ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ

ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ  । ମସ୍ତକରେ ଟାହିଆ ଲାଗି ପରେ, ପାରମ୍ପରିକ ବାଦ୍ୟର ତାଳେ ତାଳେ ପ୍ରଭୁ ଶ୍ରୀ ବଳଭଦ୍ର ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରୁଛନ୍ତି । 

16:53 July 23

ଶ୍ରୀବିଗ୍ରହଙ୍କ ନୀଳାଦ୍ରି ଆଗମନରେ ସଜେଇ ହୋଇ ଶ୍ରୀମନ୍ଦିର

ଶ୍ରୀବିଗ୍ରହଙ୍କ ନୀଳାଦ୍ରି ଆଗମନରେ ସଜେଇ ହୋଇ ଶ୍ରୀମନ୍ଦିର

 ରଥରୁ ରତ୍ନସିଂହାସନକୁ ବିଜେ କରିବେ କାଳିଆ ଠାକୁର  । ଏନେଇ ରଙ୍ଗବେରଙ୍ଗୀ ପୁଷ୍ପମାଳାରେ ସଜେଇ ହୋଇଛି ବଡ ଦେଉଳ  । ଶ୍ରୀବିଗ୍ରହଙ୍କ ପବିତ୍ର ନୀଳାଦ୍ରି ଆଗମନ ଅବସରରେ ପ୍ରଫୁଲ୍ଲିତ ଶ୍ରୀମନ୍ଦିର ।

16:39 July 23

ଶ୍ରୀମନ୍ଦିରକୁ ବିଜେ କଲେ ସୁଦର୍ଶନ

ଶ୍ରୀମନ୍ଦିରକୁ ବିଜେ କଲେ ସୁଦର୍ଶନ

ମଦନମୋଦନ ଓ ରାମକୃଷ୍ଣଙ୍କ ପରେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କଲେ ସୁଦର୍ଶନ  । 

15:22 July 23

ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ନିଳାଦ୍ରୀ ବିଜେ

ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରିନାଥ

ଆଜି ରଥଯାତ୍ରାର ଶେଷ ପର୍ବ  । ନୀଳାଦ୍ରି ବିଜେ କରିବେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତି । ତିନି ରଥରୁ ଶ୍ରୀବିଗ୍ରହମାନେ ଶ୍ରୀମନ୍ଦିରକୁ ବାହୁଡ଼ିବେ ଓ ପବିତ୍ର ରତ୍ନସିଂହାସନରେ ବିଜେ ହେବେ । 

Last Updated : Jul 23, 2021, 10:29 PM IST

ABOUT THE AUTHOR

...view details