ପୁରୀ:ରଥଯାତ୍ରା ସମୟରେ ଶ୍ରୀଜିଉ ନବଦିନାତ୍ମକ ଯାତ୍ରା କରିଥାନ୍ତି। ଶ୍ରୀମନ୍ଦିର ବା ରତ୍ନବେଦୀରୁ ମହାପ୍ରଭୁ ଭାଇ ଭଉଣୀଙ୍କ ସହ ଯେଉଁ ମନ୍ଦିରକୁ ବିଜେ କରିଥାନ୍ତି ତାକୁ ଶ୍ରୀଗୁଣ୍ଡିଚା ମନ୍ଦିର ବୋଲି କୁହାଯାଇଥାଏ । ଏହି ମନ୍ଦିରରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଗଢ଼ା ଯାଇଥିବାରୁ ଏହାକୁ ଶ୍ରୀଜିଉ ମାନଙ୍କ ଜନ୍ମସ୍ଥାନ ବୋଲି ବିବେଚନା କରାଯାଏ।
ଏହି ମନ୍ଦିର ଭିତରେ ଥିବା ସିଂହାସନକୁ ଜନ୍ମବେଦୀ, ଯଜ୍ଞବେଦୀ, ମହାବେଦୀ ବା ଆଡପମଣ୍ଡପ ବୋଲି କୁହାଯାଏ । ଆଡପମଣ୍ଡପର ଅର୍ଥ ହେଉଛି ଆଡମ୍ବରପୂର୍ଣ୍ଣ ମଣ୍ଡପ । ଏହି ମଣ୍ଡପରେ ଶ୍ରୀଜିଉ ସାତଦିନ ଅବସ୍ଥାନ କରନ୍ତି ।