ଓଡିଶା

odisha

ETV Bharat / city

ନୂତନ କୋଣାର୍କ ମନ୍ଦିର ନିର୍ମାଣ ପାଇଁ ଅନୁମତି ମାଗିଲେ ନିର୍ମାଣକାରୀ

ଅର୍କ କ୍ଷେତ୍ର କୋଣାର୍କରେ ନୂତନ ସୂର୍ଯ୍ୟମନ୍ଦିର ନିର୍ମାଣ ପାଇଁ ଅନୁମତି ଦେବାକୁ ଦାବି ଜୋର ଧରିବାରେ ଲାଗିଛି । କୋଣାର୍କ ସୂର୍ଯ୍ୟ ମନ୍ଦିରରେ ୧୧୯ ବର୍ଷ ହେବ ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯାଉନାହିଁ । ଅଧିକ ପଢ଼ନ୍ତୁ

By

Published : Nov 17, 2021, 9:59 PM IST

new konark temple builders asked  permission to build temple
ନୂତନ କୋଣାର୍କ ମନ୍ଦିର ନିର୍ମାଣ ଅନୁମତି ମାଗିଲେ ନିର୍ମାଣକାରୀ

ପୁରୀ:ଅର୍କ କ୍ଷେତ୍ର କୋଣାର୍କରେ ନୂତନ ସୂର୍ଯ୍ୟମନ୍ଦିର ନିର୍ମାଣ ପାଇଁ ଅନୁମତି ଦେବାକୁ ଦାବି ଜୋର ଧରିବାରେ ଲାଗିଛି । କୋଣାର୍କ ସୂର୍ଯ୍ୟ ମନ୍ଦିରରେ ୧୧୯ ବର୍ଷ ହେବ ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯାଉନାହିଁ । ସୂର୍ଯ୍ୟଦେବତାଙ୍କ ପୂଜାବିଧି ସମ୍ପନ୍ନ ଉଦ୍ଦେଶ୍ୟରେ ଏକ ନୂତନ କୋଣାର୍କ ମନ୍ଦିର ନିର୍ମାଣ ପାଇଁ ପ୍ରଚେଷ୍ଟା କରୁଛନ୍ତି ବିଭିନ୍ନ ସଂଗଠନ । ତେବେ ଏହି ନୂତନ କୋଣାର୍କ ମନ୍ଦିର ନିର୍ମାଣ ପାଇଁ ନିର୍ମାଣ ସମିତି ପକ୍ଷରୁ ଆବଶ୍ୟକୀୟ ସରଞ୍ଜାମ ଚନ୍ଦ୍ରଭାଗା ନିକଟରେ ଥିବା ଏକ ଜମିରେ ମହଜୁଦ ରଖି କାର୍ଯ୍ୟ ଆରମ୍ଭ ପାଇଁ ଯୋଜନା ଆରମ୍ଭ ହୋଇଥିଲା । ଏହାକୁ ପୁରୀ ପ୍ରଶାସନ ପକ୍ଷରୁ ବନ୍ଦ କରିବା ପାଇଁ ନୋଟିସ ଜାରି କରାଯାଇଛି ।

ନୂତନ କୋଣାର୍କ ମନ୍ଦିର ନିର୍ମାଣ ପାଇଁ ଅନୁମତି ମାଗିଲେ ନିର୍ମାଣକାରୀ
ନୂତନ କୋଣାର୍କ ମନ୍ଦିର ନିର୍ମାଣ ପାଇଁ ଅନୁମତି ମାଗିଲେ ନିର୍ମାଣକାରୀ

ଏହାକୁ ନେଇ ନିର୍ମାଣ ସମିତି ସଦସ୍ୟ କ୍ଷୋଭ ପ୍ରକାଶ କରିବା ସହ ସୂର୍ଯ୍ୟମନ୍ଦିର ନିର୍ମାଣ ପାଇଁ ସରକାର ଜମି ବ୍ୟବସ୍ଥା କରିବାକୁ ଦାବି ହୋଇଛି । ଏନେଇ ଆଜି ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀରେ ନୂତନ କୋଣାର୍କ ମନ୍ଦିର ନିର୍ମାଣକାରୀ ସଂଗଠନ ସୂଚନା ପ୍ରଦାନ କରିଛି । କୋଣାର୍କର ଚନ୍ଦ୍ରଭାଗାରେ ଦ୍ଵିତୀୟ କୋଣାର୍କ ମନ୍ଦିର ନିର୍ମାଣ ନେଇ ପ୍ରୟାସ ଜାରି ରହିଛି । ନୂଆଦିଲ୍ଲୀର ମୁକେଶ ଜୈନଙ୍କ ଦ୍ୱାରା ମୂଳ କୋଣାର୍କ ମନ୍ଦିରର ଅବିକଳ ଓ ଭବ୍ୟ ସୂର୍ଯ୍ୟ ମନ୍ଦିର ନିର୍ମାଣ ଯୋଜନା ରହିଛି ।

ନୂତନ କୋଣାର୍କ ମନ୍ଦିର ନିର୍ମାଣ ଅନୁମତି ମାଗିଲେ ନିର୍ମାଣକାରୀ

ତେବେ କେତେକ ବ୍ୟକ୍ତିଙ୍କ ହୀନ ଚକ୍ରାନ୍ତ ଓ ମନ୍ଦ ଉଦ୍ଦେଶ୍ୟ ଯୋଗୁଁ ସମ୍ପୃକ୍ତ ସ୍ଥାନରେ ତୁରନ୍ତ କାର୍ଯ୍ୟ ବନ୍ଦ ପାଇଁ କୋଣାର୍କ ରାଜସ୍ୱ ନିରୀକ୍ଷକ ଚିଠି କରିଛନ୍ତି । ନୂତନ ଭବ୍ୟ କୋଣାର୍କ ମନ୍ଦିର ପାଇଁ ବହୁ ସଂଖ୍ୟାରେ ପଥର, ରଥର ଚକ, ସ୍ତମ୍ଭ, ମୂର୍ତ୍ତି, ଘୋଡ଼ା ଆସି ପହଞ୍ଚିସାରିଛି । ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣଶାଳାର ଅଧ୍ୟକ୍ଷ ମୁକେଶ ଜୈନ ପୁରୀ ଜିଲ୍ଲାପାଳ, କୋଣାର୍କ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଉକ୍ତ ଜମି ପ୍ରଦାନ କରିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details