ପୁରୀ: 15 ଦିନ ଧରି ନାନାଦି ଗୁପ୍ତ ସେବା ପରେ ସୁସ୍ଥ ହୋଇ ନବଯୌବନ ଦର୍ଶନ ଦେଇଛନ୍ତି ମହାପ୍ରଭୁ । କୋରୋନା କଟକଣା ହେତୁ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ବନ୍ଦ ରହିଛି। ଫଳରେ ପତିତପାବନଙ୍କୁ ଭକ୍ତ ସିଂହ ଦ୍ବାର ନିକଟରେ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କୁ ଦୂରରୁ ମୁଣ୍ଡିଆ ମାରି ଭକ୍ତ ଅପାର ଆନନ୍ଦ ଲାଭ କରିଛି ।
ବିନା ଭକ୍ତରେ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ, ଭାବବିହ୍ବଳ ଭକ୍ତ
ସୁସ୍ଥ ହେଲେ ମହାପ୍ରଭୁ । 15 ଦିନ ଧରି ନାନାଦି ଗୁପ୍ତ ସେବା ପରେ ନବଯୌବନ ଦର୍ଶନ ଦେଇଛନ୍ତି ମହାପ୍ରଭୁ । କୋରୋନା କଟକଣା ହେତୁ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ବନ୍ଦ ରହିଛି । ଫଳରେ ପତିତପାବନଙ୍କୁ ଭକ୍ତ ସିଂହ ଦ୍ବାର ନିକଟରେ ଦର୍ଶନ କରିଛନ୍ତି।
ବିନା ଭକ୍ତରେ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ, ଭାବ ବିହ୍ବଳ ହେଲେ ଭକ୍ତ
ପ୍ରତିବର୍ଷ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ଜମୁଥିବା ବେଳେ ଚଳିତବର୍ଷ ବିନା ଭକ୍ତରେ ମହାପ୍ରଭୁଙ୍କ ନବଯୌବନ ନୀତିକାନ୍ତି ଅନୁଷ୍ଠିତ ହୋଇଛି । ସେପଟେ ଭଗବାନଙ୍କୁ ଦେଖି ନପାରି ଭକ୍ତମାନେ ଭାବ ବିହ୍ବଳ ହୋଇପଡିଛନ୍ତି । ସଟଡାଉନ ସତ୍ତ୍ବେ କିଛି ଭକ୍ତ ସିଂହଦ୍ବାରରୁ ପତିତପାବନଙ୍କୁ ଦର୍ଶନ କରି ସନ୍ତୋଷ ଲାଭ କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ