ଓଡିଶା

odisha

ETV Bharat / city

ଦିଆସିଲି କାଠିରେ କ୍ଷୁଦ୍ର ରଥ ନିର୍ମାଣ କଲେ ଯୁବ ଚିତ୍ରଶିଳ୍ପୀ

ମନରେ ଭକ୍ତି ଓ ଶ୍ରଦ୍ଧା ଥିଲେ ମଣିଷ ସବୁ କାମ କରିପାରେ । ଏଇ ଯେପରି କରି ଦେଖାଇଛନ୍ତି ଯୁବ ଚିତ୍ରଶିଳ୍ପୀ  । ସାଧାରଣ ଦିଆସିଲି କାଠିରେ ତିଆରି କରିଛନ୍ତି କ୍ଷୁଦ୍ର ରଥ ନିର୍ମାଣ । ଅଧିକ ପଢ଼ନ୍ତୁ

By

Published : Jun 28, 2022, 4:06 PM IST

ଦିଆସିଲି କାଠିରେ କ୍ଷୁଦ୍ର ରଥ ନିର୍ମାଣ କଲେ ଯୁବ ଚିତ୍ରଶିଳ୍ପୀ
ଦିଆସିଲି କାଠିରେ କ୍ଷୁଦ୍ର ରଥ ନିର୍ମାଣ କଲେ ଯୁବ ଚିତ୍ରଶିଳ୍ପୀ

ପୁରୀ :ଆଉ ଦିନ କେଇଟା ପରେ ଶ୍ରୀଜୀଉଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଅନ୍ତିମ ପର୍ଯ୍ୟାୟରେ ରଥନିର୍ମାଣ । ତେବେ ରଥ ନିର୍ମାଣ ପାଇଁ ଅନେକ ସରାଞ୍ଜମର ଆବଶ୍ୟକତା ପଡ଼ିଥିବାବେଳେ ପୁରୀର ଜଣେ ଯୁବ ଚିତ୍ରଶିଳ୍ପୀ ଦିଆସିଲି କାଠିରେ କ୍ଷୁଦ୍ର ରଥ ନିର୍ମାଣ କରିଛନ୍ତି । ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅବସରରେ ପୁରୀର ଏହି ଯୁବ ଚିତ୍ରଶିଳ୍ପୀ ଶାଶ୍ବତ ରଞ୍ଜନ ସାହୁ ଏକ ନିଆରା ଢଙ୍ଗରେ ରଥ ନିର୍ମାଣ କରିଛନ୍ତି । ଯାହା ଦେଖିବାକୁ ଖୁବ ଆକର୍ଷଣୀୟ ହୋଇଛି ।

ଦିଆସିଲି କାଠିରେ କ୍ଷୁଦ୍ର ରଥ ନିର୍ମାଣ କଲେ ଯୁବ ଚିତ୍ରଶିଳ୍ପୀ

୪୮୩୦ ଦିଆସିଲି କାଠି ବ୍ୟବହାର କରି ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥର ତିନୋଟି କ୍ଷୁଦ୍ର ମଡେଲ୍ ତିଆରି କରିଛନ୍ତି । ରଥର ଉଚ୍ଚତା ୧୧.୪ଇଞ୍ଚ (ବଳଭଦ୍ର), ୧୧ଇଞ୍ଚ (ସୁଭଦ୍ରା), ୧୧.୫ ଇଞ୍ଚ (ଜଗନ୍ନାଥ) ଏବଂ ତିନୋଟି ରଥର ମୋଟେଇ ୬ ଇଞ୍ଚ ରହିଛି ।

ଏହି ମଡେଲ୍ ପ୍ରସ୍ତୁତ କରିବାକୁ ଶାଶ୍ବତଙ୍କୁ ପ୍ରାୟ ୧୮ଦିନ ଲାଗିଥିଲା । ଏହି ରଥ ମଡେଲ ତିଆରିରେ ସାରଥୀ, ପାରା, ଚକ, ଘୋଡା ଏବଂ ଅନ୍ୟାନ୍ୟ କଳାକୃତି ମଧ୍ୟ ଅନ୍ତର୍ଭୁକ୍ତ ଅଛି । ଦୁଇ ବର୍ଷ ପରେ ଭକ୍ତମାନଙ୍କ ଗ୍ରହଣରେ ରଥଯାତ୍ରା ଅନୁଷ୍ଠିତ ହେବ । ଏହି ଅବସରରେ ପୁରୀର ଯୁବ ଚିତ୍ରଶିଳ୍ପୀ ଏହି କଳାକୃତି ନିର୍ମାଣ କରିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details