ଓଡିଶା

odisha

ETV Bharat / city

ଦକ୍ଷିଣକାଳୀ ମନ୍ଦିରରୁ ଲୁଟ: ଚୋରି ହେଲା ରୂପା ମୁକୁଟ ସମେତ ସୁନା ମଙ୍ଗଳସୁତ୍ର

ପୁରୀ ଦକ୍ଷିଣକାଳୀ ମନ୍ଦିରରୁ ଲୁଟ। ସାକ୍ଷୀଗୋପାଳ ଦକ୍ଷିଣକାଳୀ ମନ୍ଦିରରୁ ବିଳମ୍ବିତ ରାତିରେ ଲୁଟ ହୋଇଥିବା ଜଣାପଡିଛି। ମା’ ଦକ୍ଷିଣକାଳୀଙ୍କର ଥିବା 2 ଗୋଟି ରୂପା ମୁକୁଟ, 2 ଗୋଟି ରୂପା ମୁଣ୍ତ ମାଳ, ଗୋଟିଏ ରୂପା ଛତା, ସୁନା ମଙ୍ଗଳ ସୂତ୍ର, ଦାନ ହୁଣ୍ଡିରେ ଥିବା ଟଙ୍କା ଲୁଟ କରିଛନ୍ତି ଦୁର୍ବୃତ୍ତ।

puri loot
ଦକ୍ଷିଣକାଳୀ ମନ୍ଦିରରୁ ଲୁଟ

By

Published : Feb 5, 2020, 2:07 PM IST

Updated : Feb 5, 2020, 2:42 PM IST

ପୁରୀ: ଜିଲ୍ଲାର ସତ୍ୟବାଦୀ ଥାନା ଦକ୍ଷିଣ କାଳୀ ମନ୍ଦିରରୁ ଲୁଟ । ସାକ୍ଷୀଗୋପାଳ ଦକ୍ଷିଣକାଳୀ ମନ୍ଦିରରୁ ବିଳମ୍ବିତ ରାତିରେ ଲୁଟ ହୋଇଥିବା ଜଣାପଡିଛି । ମା’ ଦକ୍ଷିଣକାଳୀଙ୍କ ଥିବା 2 ଗୋଟି ରୂପା ମୁକୁଟ, 2 ଗୋଟି ରୂପା ମୁଣ୍ତ ମାଳ, ଗୋଟିଏ ରୂପା ଛତା, ସୁନା ମଙ୍ଗଳ ସୂତ୍ର, ଦାନ ହୁଣ୍ଡିରେ ଥିବା ଟଙ୍କା ଲୁଟ କରିଛନ୍ତି ଦୁର୍ବୃତ୍ତ।

ଦକ୍ଷିଣକାଳୀ ମନ୍ଦିରରୁ ଲୁଟ

କେତେ ଟଙ୍କାର ସାମଗ୍ରୀ ଓ ଟଙ୍କା ଚୋରି ହୋଇଥିବା ଜଣାପଡି ନଥିବାବେଳେ ଚୋରି ଅଳଙ୍କାର ଲକ୍ଷାଧିକ ଟଙ୍କାର ମୂଲ୍ୟ ହେବ ବୋଲି ଅନୁମାନ କରାଯାଉଛି। ସକାଳୁ ପୂଜକ ପୂଜା କରିବା ନିମନ୍ତେ ମନ୍ଦିର ଭିତରେ ପ୍ରବେଶ ବେଳେ ମନ୍ଦିର ଭିତରେ ଚୋରି ହୋଇଥିବା ଦେଖିଥିଲେ ।

ପରେ ପୋଲିସ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଦୁର୍ବୃତ୍ତଙ୍କ କୌଣସି ଟେର ପୋଲିସ ପାଇନି । ଅନ୍ୟପଟେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 5, 2020, 2:42 PM IST

ABOUT THE AUTHOR

...view details