ଓଡିଶା

odisha

ETV Bharat / city

ବୈକୁଣ୍ଠ ଚତୁର୍ଦ୍ଦଶୀରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ

ପଞ୍ଚୁକ ଅବସରରେ ମହାପ୍ରଭୁଙ୍କ ଚତୁର୍ଥ ବେଶଟି ହେଉଛି ଲକ୍ଷ୍ମୀନୃସିଂହ ବେଶ । ଏହି ବେଶରେ ଠାକୁରମାନେ ଚୁଳ ଧାରଣ କରିଥାନ୍ତି । ଏହି ଚୁଳରେ କିଆ ଗୁଡିକ ଆଡ଼ ବଗିଆ ହୋଇ ଲାଗି ହୋଇଥାଏ ।

ମହାପ୍ରଭୁଙ୍କ ଲକ୍ଷ୍ମୀ ନୃସିଂହ ବେଶ

By

Published : Nov 11, 2019, 8:52 AM IST

Updated : Nov 11, 2019, 9:41 AM IST

ପୁରୀ: ଆଜି କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ତଥା ବୈକୁଣ୍ଠ ଚତୁର୍ଦ୍ଦଶୀ । ଏହି ଅବସରରେ ମହାପ୍ରଭୁ ରତ୍ନ ସିଂହାସନରେ ଲକ୍ଷ୍ମୀନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।

ଶୁଣନ୍ତୁ ଲକ୍ଷ୍ମୀନୃସିଂହ ବେଶକୁ ନେଇ କଣ କହୁଛନ୍ତୁ ଜଗନ୍ନାଥ ସଂସ୍କୃତି ଗବେଷକ ନରେଶ ଚନ୍ଦ୍ର ଦାସ

ପଞ୍ଚୁକ ଅବସରରେ ମହାପ୍ରଭୁଙ୍କ ଚତୁର୍ଥ ବେଶଟି ହେଉଛି ଲକ୍ଷ୍ମୀନୃସିଂହ ବେଶ । ଅବକାଶ ନୀତି ପରେ ପୁଷ୍ପାଳକ ସେବକମାନେ ଏହି ବେଶ ନୀତି ସମ୍ପନ୍ନ କରିଥାନ୍ତି । ଏହି ବେଶରେ ଠାକୁରମାନେ ଚୂଳ ଧାରଣ କରିଥାନ୍ତି । ଏହି ଚୂଳରେ କିଆ ଗୁଡିକ ଆଡ଼ ବଗିଆ ହୋଇ ଲାଗି ହୋଇଥାଏ । ସୁବର୍ଣ୍ଣ କିଆ ଗୁଡିକ ଲାଗି ଥିବାରୁ ଏହାକୁ ଆଡକିଆ ବେଶ ମଧ୍ୟ କୁହାଯାଏ ।

ଠାକୁରମାନେ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର, ଅନେକ ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁ ଯେଭଳି ଏକ ଧାରାରେ ଲକ୍ଷ୍ମୀ ନାରାୟଣ, ରାଧା ଦାମୋଦର ସେହିପରି ସେ ଏକ ଧାରାରେ ଲକ୍ଷ୍ମୀନୃସିଂହ ମଧ୍ୟ । ଚତୁର୍ଦ୍ଦଶୀ ଅବସରରେ ଏହି ବେଶ ଯେଉଁ ଭକ୍ତମାନେ ଦର୍ଶନ କରନ୍ତି ଅପାର ଆନନ୍ଦ ଲାଭ କରନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 11, 2019, 9:41 AM IST

ABOUT THE AUTHOR

...view details