ପୁରୀ: ଆଉ କିଛିଦିନ ପରେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା । ନଵଦିନାତ୍ମକ ଘୋଷଯାତ୍ରାରେ ମହାପ୍ରଭୁ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଯିବେ । କିନ୍ତୁ ଏହା ପୂର୍ବରୁ ଏକ ଅଭାବନୀୟ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ କିଛି ଶ୍ରମିକ ଗୁଣ୍ଡିଚା ମନ୍ଦିରରେ ଚପଲ ପିନ୍ଧି କାମ କରୁଥିବା ନଜର ଆସିଛନ୍ତି ।
ଗୁଣ୍ଡିଚା ମନ୍ଦିରରେ ଚପଲ ପିନ୍ଧି କାମ କଲେ ଶ୍ରମିକ, ଭିଡିଓ ଭାଇରାଲ - ମନ୍ଦିରରେ ଚପଲ ପିନ୍ଧି କାମ କଲେ ଶ୍ରମିକ
ଗୁଣ୍ଡିଚା ମନ୍ଦିରରେ ଚପଲ ପିନ୍ଧି କାର୍ଯ୍ୟ କଲେ ଶ୍ରମିକ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ନେଇ ଭକ୍ତ ମହଲରେ ଅସନ୍ତୋଷ । ଅଧିକ ପଢନ୍ତୁ...
ଗୁଣ୍ଡିଚା ମନ୍ଦିର ଭିତର ବେଢାରେ ଡ୍ରିଲ ମେସିନ ଲଗାଇ ଚଟାଣ ପଥର ଖୋଳା ଯାଇଛି । ଶ୍ରମିକମାନେ ଚପଲ ପିନ୍ଧି ଭିତର ବେଢା ଓ ଗୁଣ୍ଡିଚା ମନ୍ଦିର ଗାରଦ କାମ କରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ରାଜଧାନୀର ଏକ ସଙ୍ଗଠନ ଏହି କାମ କରୁଥିବା ଜଣାପଡିଛି । ସୂଚନାଥାଉ କି, ରାଜ୍ୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଶ୍ରୀଗୁଣ୍ଡିଚା ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଅଛି । ଗୁଣ୍ଡିଚା ମନ୍ଦିର ଭିତରକୁ ଚପଲ ପିନ୍ଧି ପ୍ରବେଶ କରିବା ଉପରେ କଟକଣା ଥିଲେ ମଧ୍ୟ କିଭଳି ଚଟାଣ ପଥର ବଦଳେଇବା କାର୍ଯ୍ୟରେ ନିୟୋଜିତ ଶ୍ରମିକ ଏହା ଜାଣିପାରିଲେ ନାହିଁ ସେନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ଓ ସହରବାସୀ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ