ଓଡିଶା

odisha

ଶ୍ରୀଗୁଣ୍ଡିଚା ରୋଷଘର ଚୁଲି ଭଙ୍ଗାକୁ ଖଣ୍ଡନ: ବ୍ୟକ୍ତିଗତ ଅଭିଯୋଗ କହିଲେ ପରିଚାଳନା କମିଟି ସଦସ୍ୟ

By

Published : Jul 2, 2022, 1:37 PM IST

Updated : Jul 2, 2022, 8:18 PM IST

ମହାପ୍ରଭୁଙ୍କ ଚୁଲି ଭାଙ୍ଗିବା ଅଭିଯୋଗ କଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି । କହିଲେ କୌଣସି ଚୁଲା ଭାଙ୍ଗିନାହିଁ, ବ୍ୟକ୍ତିଗତ ଭାବେ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଶ୍ରୀଗୁଣ୍ଡିଚା ରୋଷଘର ଚୁଲି ଭଙ୍ଗାକୁ ଖଣ୍ଡନ: ବ୍ୟକ୍ତିଗତ ଅଭିଯୋଗ କହିଲେ ପରିଚାଳନା କମିଟି ସଦସ୍ୟ
ଶ୍ରୀଗୁଣ୍ଡିଚା ରୋଷଘର ଚୁଲି ଭଙ୍ଗାକୁ ଖଣ୍ଡନ: ବ୍ୟକ୍ତିଗତ ଅଭିଯୋଗ କହିଲେ ପରିଚାଳନା କମିଟି ସଦସ୍ୟ

ପୁରୀ: ରାଣୀ ଗୁଣ୍ଡିଚା ମନ୍ଦିରରେ ଚୁଲିଭଙ୍ଗା ଘଟଣାକୁ ଖଣ୍ଡନ କଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି । ଶ୍ରୀଗୁଣ୍ଡିଚା ମନ୍ଦିରରେ ଥିବା ଚୁଲିଗୁଡିକ ମରାମତି କରାଯାଉଛି, ଭାଙ୍ଗିବା ଘଟଣା ସମ୍ପୂର୍ଣ୍ଣ ମିଛ । ଭକ୍ତଙ୍କୁ ଆଡପ ଅବଡା ମିଳିବାର କୌଣସି ସମସ୍ୟା ହେବ ନାହିଁ । ଆସନ୍ତାକାଲି ଠାରୁ ଭକ୍ତଙ୍କୁ ଆଡ଼ପ ଅବଡା ମିଳିବ ବୋଲି ଅନନ୍ତ ତିଆଡି କହିଛନ୍ତି ।

ଶ୍ରୀଗୁଣ୍ଡିଚା ରୋଷଘର ଚୁଲି ଭଙ୍ଗାକୁ ଖଣ୍ଡନ: ବ୍ୟକ୍ତିଗତ ଅଭିଯୋଗ କହିଲେ ପରିଚାଳନା କମିଟି ସଦସ୍ୟ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୁଣ୍ଡିଚା ମନ୍ଦିରରେ 240 ଟି ଚୁଲି ରହିଛି । ସୁଆର ନିଯୋଗର ଯେଉଁ ସେବାୟତ ଚୁଲି ଭାଙ୍ଗିବା ନେଇ ଅଭିଯୋଗ କରିଛନ୍ତି ଏହା ତାଙ୍କର ବ୍ୟକ୍ତିଗତ ମତ । ତେବେ ସେ କାହିଁକି ଏଭଳି ମତ ଦେଇଛନ୍ତି ସେନେଇ ତଦନ୍ତ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି ।

ସୂଚନା ଅନୁଯାୟୀ ଆଜି(ଶନିବାର) ଶ୍ରୀଗୁଣ୍ଡିଚା ମନ୍ଦିର ରୋଷ ଘରେ ପଶି କେହି ଦୁର୍ବୃତ୍ତ 20ଟି ଚୁଲି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ସୁଆର ଓ ମହାସୁଆର ନିଯୋଗ ପକ୍ଷରୁ ଏହି ଅଭିଯୋଗ କରାଯାଇଥିଲା ।

ଇଟିଭି ଭାରତ, ପୁରୀ

Last Updated : Jul 2, 2022, 8:18 PM IST

ABOUT THE AUTHOR

...view details