ଓଡିଶା

odisha

ETV Bharat / city

ଦଣ୍ଡପ୍ରଣାମ କରି ପୁରୀରୁ ବଦ୍ରିନାଥ ଯିବେ ଝାଡଖଣ୍ଡି ବାବା - Jhadakhandi baba to visit badri nath

ସୁଦୂର ଝାଡ଼ଖଣ୍ଡରୁ ପୁରୀ ଆସିଛନ୍ତି ବଡ଼ ଝାଡ଼ଖଣ୍ଡି ବାବା। ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ପାଦରେ ଚାଲି ଚାଲି ତଥା ଦଣ୍ଡ ପ୍ରଣାମ କରି ବଦ୍ରିନାଥ ଯାତ୍ରା କରିବେ। ଅଧିକ ପଢନ୍ତୁ...

ବଦ୍ରୀ ନାଥ ଯାତ୍ରା
ବଦ୍ରୀ ନାଥ ଯାତ୍ରା

By

Published : Feb 4, 2020, 9:37 PM IST

Updated : Feb 4, 2020, 11:57 PM IST

ପୁରୀ: ବଡ ଦାଣ୍ଡରେ ମଙ୍ଗଳବାର ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ସାଧୁ ବଡ଼ ଦାଣ୍ଡରେ ଦଣ୍ଡ ପ୍ରଣାମ କରି ଆଗକୁ ଗତି କରୁଥିଲେ। ଯାହାକି ଚର୍ଚ୍ଚାର ବିଷୟ ହୋଇଥିଲା। ତେବେ ଦଣ୍ଡ ପ୍ରଣାମ କରି ବଡ଼ ଦାଣ୍ଡରେ ଯାଉଥିବା ସାଧୁ ଜଣକଙ୍କ ପରିଚୟ ହେଉ ବଡ଼ ଝାଡ଼ଖଣ୍ଡି ବାବା।

ଦଣ୍ଡପ୍ରଣାମ କରି ପୁରୀରୁ ବଦ୍ରିନାଥ ଯିବେ ଝାଡଖଣ୍ଡି ବାବା

ସେ ସୁଦୂର ଝାଡ଼ଖଣ୍ଡରୁ ପୁରୀ ଆସିଛନ୍ତି। ତାଙ୍କୁ ସ୍ବପ୍ନାଦେଶ ହୋଇଛିଯେ, ସେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ପାଦରେ ଚାଲି ଚାଲି ତଥା ଦଣ୍ଡ ପ୍ରଣାମ କରି ବଦ୍ରୀନାଥ ଯାତ୍ରା କରିବେ। ବାସ ଏହି ସ୍ବପ୍ନାଦେଶ ପରେ ସେ ପୁରୀ ଆସି ଏହି ଅଭିଯାନ ଆରମ୍ଭ କରିଛନ୍ତି।

ବଡ଼ ଝାଡ଼ଖଣ୍ଡି ବାବା କୌଣସି ପ୍ରତିକ୍ରିୟା ଦେବାକୁ ଇଚ୍ଛା ପ୍ରକାଶ କରିନଥିଲେ ମଧ୍ୟ ତାଙ୍କ ସାଥୀ ସାନ ଝାଡ଼ଖଣ୍ଡି ବାବା କିନ୍ତୁ ଏହି ଘଟଣା ବିଷୟରେ ସୂଚନା ଦେଇଥିଲେ। ପ୍ରତିଦିନ 3 କିଲୋମିଟର ଚାଲିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ 3 ବର୍ଷ ଭିତରେ ବଦ୍ରୀନାଥରେ ପହଞ୍ଚିବା ପାଇଁ ନେଇ ସ୍ଥିର ହୋଇଛି। ଏହି ସମୟରେ ଏମାନେ କୌଣସି ଗାଡି ବ୍ୟବହାର କରିବେ ନାହିଁ ବୋଲି କହିଛନ୍ତି।

ପ୍ରଭୂ ଜଗନ୍ନାଥ ଜଗତର ନାଥ। ସେ ଚାହିଁଲେ ସବୁ କିଛି ସମ୍ଭଵ। ତାଙ୍କ ଆଶୀର୍ବାଦରେ ଏହି ଯାତ୍ରା ଆରମ୍ଭ ହୋଇଥିବା ବଡ଼ ଝାଡ଼ଖଣ୍ଡି ବାବା ଆରମ୍ଭ କରିଛନ୍ତି। ଆଉ ଏଥିରେ ସେ ସଫଳ ହେବେ ବୋଲି ମଧ୍ୟ ଆଶା ରଖିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 4, 2020, 11:57 PM IST

ABOUT THE AUTHOR

...view details