ଓଡିଶା

odisha

ETV Bharat / city

ବେକାରୀଙ୍କୁ ସହାୟତା ଦାବି କଲା ଭାରତୀୟ ମଜଦୁର ସଂଘ - Indian Workers' Union Protest

କୋଭିଡ୍‌ ପାଇଁ ଚାକିରି ହରାଇଥିବା ଲୋକଙ୍କୁ ସହାୟତା ଦାବି କଲା ଭାରତୀୟ ମଜଦୁର ସଂଘ । ଅଧିକ ପଢନ୍ତୁ...

ବେକାରୀଙ୍କୁ ସହାୟତା ଦାବି କଲା ଭାରତୀୟ ମଜଦୁର ସଂଘ
ବେକାରୀଙ୍କୁ ସହାୟତା ଦାବି କଲା ଭାରତୀୟ ମଜଦୁର ସଂଘ

By

Published : Sep 12, 2020, 10:34 AM IST

ଭୁବନେଶ୍ବର:କୋଭିଡ କଟକଣା ଓ ଲକଡାଉନ ଯୋଗୁଁ କୋଟି କୋଟି ଶ୍ରମିକ ନିଜର ରୋଜଗାର ହରାଇଛନ୍ତି । ରୋଜଗାର ନ ଥିବା ଗରିବ ଲୋକମାନେ ନିଜ ଘର ପରିବାର ଚଳାଇବା କଷ୍ଟକର ହୋଇପଡିଛି । ତେଣୁ ରାଜ୍ୟ ସରକାର ଗରିବ ଶ୍ରମିକ ମାନଙ୍କୁ ସାହାଯ୍ୟ ଦେବା ନେଇ ଦାବି କରିଛି ଭାରତୀୟ ମଜଦୁର ସଙ୍ଘ ।

ପୁରୀ ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ କୋରୋନା ମହାମାରୀ ଦ୍ବାରା ପ୍ରଭାବିତ ଲୋକଙ୍କୁ ରୋଜଗାର ଓ ସହାୟତା ପ୍ରଦାନ ଦାବିରେ ଜିଲ୍ଲାର ସମସ୍ତ 11ଟି ବ୍ଳକ ଓ ପୌରପାଳିକାକୁ ଦାବିପତ୍ର ଦିଆଯାଇଛି । ସମସ୍ତ ପ୍ରବାସୀ ଶ୍ରମିକ ତଥା ବେକାର ଯୁବକ ଯୁବତୀ ମାନଙ୍କ ଦକ୍ଷତା ସର୍ବେକ୍ଷଣ କରାଯାଇ ଅନୁରୂପ ନିଯୁକ୍ତି ଓ କର୍ମସଂସ୍ଥାନ ଯୋଗାଇବାକୁ ଏଥିରେ ଦାବି ହୋଇଛି ।

ବେକାରୀଙ୍କୁ ସହାୟତା ଦାବି କଲା ଭାରତୀୟ ମଜଦୁର ସଂଘ

ଏହାସହ ଅଙ୍ଗନବାଡି ଓ ଆଶା କର୍ମଚାରୀଙ୍କୁ ଦୈନିକ 500ଟଙ୍କା କୋରୋନା ସହାୟତା ଭତ୍ତା ପ୍ରଦାନ, ପ୍ରବାସୀ ଓ ଦାଦନ ଶ୍ରମିକଙ୍କୁ ନିଶ୍ଚିତ ପଞ୍ଜିକରଣ ଆଦି 5 ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଦେଇଛି ସଂଘ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details