ଓଡିଶା

odisha

By

Published : May 26, 2022, 7:29 PM IST

ETV Bharat / city

ଶ୍ରୀମନ୍ଦିରରେ ଅଘଟଣ: ଗରମ ଡାଲି ପଡି ପୋଡିଗଲା ବୋଝିଆର ଗୋଡ

ଗରମ ଡାଲି ପଡ଼ି ଜଣେ ବୋଝିଆଙ୍କ ପୋଡ଼ିଗଲା ଗୋଡ । ପୁରୀ ଶ୍ରୀମନ୍ଦିର ଭୋଗ ମଣ୍ଡପ ନିକଟ ପାହାଚ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିରରେ ଅଘଟଣ: ଗରମ ଡାଲି ପଡ଼ି ପୋଡ଼ିଗଲା ବୋଝିଆର ଗୋଡ଼
ଶ୍ରୀମନ୍ଦିରରେ ଅଘଟଣ: ଗରମ ଡାଲି ପଡ଼ି ପୋଡ଼ିଗଲା ବୋଝିଆର ଗୋଡ଼

ପୁରୀ: ଶ୍ରୀମନ୍ଦିରରେ ଏକ ଅଘଟଣ ଘଟିଛି । ଗରମ ଡାଲି ପଡ଼ି ଜଣେ ବୋଝିଆଙ୍କ ପୋଡ଼ିଗଲା ଗୋଡ । ପୁରୀ ଶ୍ରୀମନ୍ଦିର ଭୋଗ ମଣ୍ଡପ ନିକଟ ପାହାଚ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଆହତ ବୋଝିଆ ଜଣକ ହେଉଛନ୍ତି ପୁରୀ ସଦର ବିଲାକେରା ଗ୍ରାମର ବିନାୟକ ମହାପାତ୍ର ।

ଶ୍ରୀମନ୍ଦିରରେ ଅଘଟଣ: ଗରମ ଡାଲି ପଡ଼ି ପୋଡ଼ିଗଲା ବୋଝିଆର ଗୋଡ଼

ଆହତ ହେବାପରେ ଶ୍ରୀମନ୍ଦିର ପ୍ରଶାସନ ଆମ୍ବୁଲାନ୍ସରେ ତାଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ଅଣ୍ଟାରେ ଗୁରୁତର ଆଘାତ ଲାଗିଥିବା ବେଳେ ଗରମ ଡାଲି ପଡିଯିବା ଯୋଗୁ ତାଙ୍କ ଡାହାଣ ପାର୍ଶ୍ଵ ଗୋଡ ପୋଡିଯାଇଛି । ତେବେ ଏନେଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି କାନ୍ତିରେ କୌଣସି ପ୍ରଭାବ ପଡିନଥିବା ସୂଚନା ମିଳିଛି । ବାରମ୍ବାର ଭୋଗ ମଣ୍ଡପ ପାହାଚରେ ଏଭଳି ଦୁର୍ଘଟଣା ଘଟୁଥିବା ବେଳେ ଏହି ପାହାଚକୁ ସୁବ୍ୟବସ୍ଥିତ କରିବା ପାଇଁ ଦାବି କରିଛନ୍ତି ବୋଝିଆ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details