ଓଡିଶା

odisha

By

Published : Apr 12, 2020, 8:35 PM IST

ETV Bharat / city

ଲକଡାଉନରେ କାମଧନ୍ଦା ବନ୍ଦ: ପୁରୀର ଅସଙ୍ଗଠିତ କ୍ଷେତ୍ର ଶ୍ରମିକ ହତାଶ

ଲକଡାଉନ ଯୋଗଉଁ ବହୁ ଲୋକଙ୍କ ଜୀବନ ଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି । ତେବେ କୋରୋନାର କଟକଣାରୁ ଖଟିଖିଆ ପରିବାର ମଧ୍ୟ କାମଧନ୍ଦା ଅଭାବରୁ ରୋଜଗାରଶୂନ୍ୟ ହୋଇଯାଇଛନ୍ତି । ପୁରୀର ଅନେକ ଅସଙ୍ଗଠିତ କ୍ଷେତ୍ର ଶ୍ରମିକ ଏବେ ରୋଜଗାର ହରାଇ ହତାଶ ହୋଇଛନ୍ତି । ଅଧିକ ପଢନ୍ତୁ...

puri
କାମଧନ୍ଦା ଅଭାବରୁ ରୋଜଗାରଶୂନ୍ୟ

ପୁରୀ: ମହାମାରୀ କୋରୋନା ଭୂତାଣୁ ସଂକ୍ରମଣର ଚେନକୁ ରୋକିବାକୁ ସାରା ଦେଶ ଏବେ ତାଲାବନ୍ଦ । ଯାହାକୁ ଦେଖି ଏପ୍ରିଲ 14ରେ ସରୁଥିବା ଲକଡାଉନ ସମୟ ସୀମାକୁ ଆହୁରି ଏପ୍ରିଲ 30 ଯାଏଁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । କିନ୍ତୁ ଏହି କୋରୋନା ଜାତନାରେ ପୁରୀ ସହରରେ ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କ ଜୀବନଜିବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି ।

କାମଧନ୍ଦା ଅଭାବରୁ ରୋଜଗାରଶୂନ୍ୟ

ସବୁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ଥିବାରୁ ଏହି ଶ୍ରମିକମାନେ ରୋଜଗାର ହରାଇ ହାତ ବାନ୍ଧି ବସିଛନ୍ତି। ଅବସ୍ଥା ଏଭଳି ହେଲାଣି ଯେ, ନିଜ ପରିବାର ଲୋକଙ୍କ ମୁହଁରେ ଦାନା ଦେବା ଏକ ପ୍ରକାର କାଠିକାର ପାଠ ହୋଇ ଗଲାଣି ଏହି ଅସଙ୍ଗଠିତ ଶ୍ରମିକ ମାନଙ୍କ ପାଇଁ।

ସେହିପରି ଅନ୍ୟସ୍ଥାନରୁ ଆସି ବସବାସ କରୁଥିବା ହେତୁ ରାସନ କାର୍ଡ଼ ମଧ୍ୟ ନାହିଁ। ଯେତେବେଳେ କି, ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ, ରାସନ କାର୍ଡଧାରୀ ଆଗୁଆ ତିନି ମାସର ଚାଉଳ , ସମେତ ଏକ ହଜାର ଟଙ୍କା ପାଇଛନ୍ତି। କିନ୍ତୁ ଅନ୍ୟ ଜାଗାରୁ ଆସି ବିଭିନ୍ନ କାର୍ଯ୍ୟ କରି, ପରିବାର ପ୍ରତିପୋଷଣ କରୁଥିବା ଏହି ଅସଙ୍ଗଠିତ ଶ୍ରମିକ ମାନଙ୍କ ସାମାଜିକ ସୁରକ୍ଷା କିଭଳି ହୋଇପାରିବ , ତାଙ୍କ ପରିବାର କିଭଳି ଖାଦ୍ୟ ପାଇବେ ସେ ନେଇ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନହାନ୍ତି।

ତେବେ ଏହି ଅସମୟରେ ରାଜ୍ୟ ସରକାର ଏହି ଗରିବ ଅସଙ୍ଗଠିତ ଶ୍ରମିକ ମାନଙ୍କ ପାଇଁ ରାସନ କାର୍ଡ ହିତାଧିକାରୀଙ୍କ ଭଳି ଆଗୁଆ ଚାଉଳ , ଅର୍ଥ ବ୍ୟବସ୍ଥା କରିବାକୁ ଏହି ଗରିବ ଲୋକ ମାନେ କୋହ ଭରା କଣ୍ଠରେ ସରକାର ଅନୁରୋଧ କରିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ରଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details