ଓଡିଶା

odisha

By

Published : Oct 10, 2019, 2:11 AM IST

ETV Bharat / city

ଗୋସାଣୀ ଦେବୀଙ୍କ ଭସାଣ ଉତ୍ସବ

ପୁରୀ ଜିଲ୍ଲାରେ ଗୋସାଣୀ ଦେବୀଙ୍କ ଭସାଣ ଉତ୍ସବ ଶେଷ ହୋଇଛି । ପରମ୍ପରା ମୁତାବକ ଶ୍ରୀମନ୍ଦିର ସିଂହଦ୍ବାର ସାମ୍ନାରେ ସମସ୍ତ ଗୋସାଣୀ ଦେବୀ ସନ୍ଧ୍ୟାରେ ଏକାଠି ହୋଇଥାନ୍ତି

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ

ପୁରୀ: ଜିଲ୍ଲାରେ ଗୋସାଣୀ ଦେବୀଙ୍କ ଭସାଣ ଉତ୍ସବ ଶେଷ ହୋଇଛି । ପରମ୍ପରା ମୁତାବକ ଶ୍ରୀମନ୍ଦିର ସିଂହଦ୍ବାର ସାମ୍ନାରେ ସମସ୍ତ ଗୋସାଣୀ ଦେବୀ ସନ୍ଧ୍ୟାରେ ଏକାଠି ହୋଇଥାନ୍ତି । ସେଠାରେ ଦେବ ସଭା ଅନୁଷ୍ଠିତ ହୋଇଥାଏ । ଏହି ଦେବ ସଭାରେ ସମସ୍ତ ଗୋସାଣୀ ଦେବୀ ମୂର୍ତ୍ତୀ ସହ ନାଗା ମୂର୍ତ୍ତୀ ମଧ୍ୟ ସମିଲ ହୋଇଥାଏ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

ଏହି ନିଆରା ଦେବ ସଭାକୁ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇଥିଲେ । ଶ୍ରୀକ୍ଷେତ୍ରରେ 40 ରୁ ଅଧିକ ଗୋସାଣୀ ମେଢ଼ ସମେତ ବିଭିନ୍ନ ଦେବାଦେବୀ ମେଢ଼, 20 ରୁ ଅଧିକ ନାଗା ମେଢ଼ ହୋଇଥାଏ ।

ଶାରଦୀୟ ଦୁର୍ଗାପୂଜା ବେଳେ ବେଶ ଆଡ଼ମ୍ବରରେ ଏହି ଗୋସାଣୀ ଓ ନାଗା ପୂଜା ଅନୁଷ୍ଠିତ ହୋଇଥାଏ । ଏହାକୁ ଦେଖିବାକୁ ହଜାର ହଜାର ଲୋକ ପୁରୀ ଛୁଟି ଆସନ୍ତି । ତେବେ ଏକାଦଶୀ ତିଥିରେ ଭସାଣ ଉତ୍ସବ ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିବା ପରେ ଏହି ମେଢ଼ ଗୁଡିକ ଶ୍ରୀମନ୍ଦିର ସମୁଖରୁ ଦେବୀ ଗଡା ଅଭିମୁଖେ ଯାଇ ବିସର୍ଜିତ ହୋଇଥାନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details