ପୁରୀ: ହୋଟେଲ ବୁକିଂ ବନ୍ଦ। କୋରୋନା ସଂକ୍ରମଣ ମୁକାବିଲା କରିବା ପାଇଁ ପୁରୀରେ ହୋଟେଲ୍ ସଂଘ ଓ ପ୍ରଶାସନର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୁରୀକୁ ଆସୁଥିବା ବିଦେଶୀ ପର୍ଯ୍ୟଟକ ମାନଙ୍କୁ ହୋଟେଲରେ ନରଖି ସେମାନଙ୍କୁ ଫେରାଇ ଦେବାପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବରେ ପୁରୀକୁ ଗଣାଯାଏ । ଏଠାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି । କୋରୋନା ଭୟାବହତାକୁ ଦେଖି ପୁରୀର ହୋଟେଲ ଶିଳ୍ପ ସତର୍କତା ଅବଲମ୍ବନ କରିଛି । ଯେଉଁମାନେ ପୂର୍ବରୁ ବୁକିଂ କରିଛନ୍ତି ଦେଶୀ କିମ୍ବା ବିଦେଶୀ ପର୍ଯ୍ୟଟକ ସେମାନଙ୍କ ଗସ୍ତକୁ ସାମୟିକ ଭାବେ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ହୋଟେଲରେ ଅଟକି ରହିଥିବା ପର୍ଯ୍ୟଟକଙ୍କୁ କରୋନା ସଂକ୍ରମଣ ରୋକିବା ପାଇଁ ସଚେତନ କରାଯିବ। ସେମାନଙ୍କୁ ହାତ ଧୋଇବା, ସ୍ୱାସ୍ଥ୍ୟକର ପରିବେଶରେ ରହିବା ଓ ସମୁଦ୍ର ସ୍ନାନ ନକରିବା ପାଇଁ ପରାମର୍ଶ ଦିଆଯିବ।