ଓଡିଶା

odisha

ଲଗାଣ ବର୍ଷାରେ ବେହାଲ ପୁରୀ

ଲଘୁଚାପ ପ୍ରଭାବରେ ପୁରୀରେ ଲଗାଣ ବର୍ଷା ଜାରି ରହିଛି । ପୁଣି ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ସହରରେ ଏହି ବର୍ଷା ଲାଗି ରହିଛି ।

By

Published : Sep 28, 2019, 2:25 PM IST

Published : Sep 28, 2019, 2:25 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ

ପୁରୀ: ଲଘୁଚାପ ପ୍ରଭାବରେ ପୁରୀରେ ଲଗାଣ ବର୍ଷା ଜାରି ରହିଛି । ପୁଣି ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ସହରରେ ଏହି ବର୍ଷା ଲାଗି ରହିଛି । ଫଳରେ ଆଜି ମହାଳୟା ଶ୍ରାଦ୍ଧରେ ଶ୍ରୀମନ୍ଦିର ଆସିଥିବା ଶ୍ରଦ୍ଧାଳୁ ସାମାନ୍ୟ ଅସୁବିଧା ଭୋଗିଛନ୍ତି । ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକ ମାନେ ଯାତାୟତରେ ସମସ୍ୟା ଭୋଗିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

ପୂର୍ବାହ୍ନରୁ ବର୍ଷା ଲାଗି ରହିଛି । ତେବେ ଲଗାଣ ବର୍ଷା ଆଶଙ୍କାକୁ ନେଇ ପୁରୀ ବାସିନ୍ଦା ଚିନ୍ତିତ ହୋଇ ପଡିଛନ୍ତି । ପୂର୍ଵ ଲଘୁଚାପ ପ୍ରଭାବରେ ମୂଷଳ ଧାରାରେ ବର୍ଷା ହୋଇଥିଲା । ଫଳରେ ପୁରୀରେ ଯାତାୟତ ଠପ୍ ହୋଇ ପଡ଼ିଥିଲା । ସ୍କୁଲ ଗୁଡିକୁ ଜିଲ୍ଲାପାଳ ଛୁଟି ଘୋଷଣା କରିଥିଲେ ।

ତଳିଆ ଅଞ୍ଚଳରେ ଥିବା ଲୋକେ ନାହିଁ ନଥିବା ସମସ୍ୟା ଭୋଗିଥିଲେ । ତେବେ ପୁଣି ଲଘୁଚାପ ପ୍ରଭାବରେ ବର୍ଷା ପୁରୀ ସହରବାସୀଙ୍କୁ ଚିନ୍ତାରେ ପକାଇଛି । ଅନ୍ୟପଟେ ଜଳବନ୍ଦୀ ପରିସ୍ଥିତିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଆବଶ୍ୟକ ମୋଟର ପମ୍ପ ସମେତ କର୍ମଚାରୀ ପ୍ରସ୍ତୁତ ରହିଛନ୍ତି । ବର୍ଷାକୁ ନେଇ ଭୟଭୀତ ହେବାର କୌଣସି କାରଣ ନଥିବା ପୁରୀ ପୌରପାଳିକା ପକ୍ଷରୁ କୁହାଯାଇଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details