ପୁରୀ: ବିଶ୍ବ ପ୍ରସିଦ୍ଧ ଶ୍ରୀଜୀଉଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ବଡଦାଣ୍ଡମୁହାଁ ବିଦେଶୀ । ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥବିଜେ ଦେଖିବାକୁ ଅପେକ୍ଷା କରି ବସିଛନ୍ତି ବିଦେଶୀ ଭକ୍ତ । ନା ସ୍କନ୍ଦ ନା ସ୍ତୁତି କିଛି ନ ଜାଣି ବି ସେମାନେ ଜଗା ମୋହରେ ବିଭୋର । ଏଥିପାଇଁ ତ ସାତ ଦରିଆ ପାର ହୋଇ ଦୁବାଇରୁ ଦୌଡି ଆସିଛନ୍ତି କିଛି ଭକ୍ତ । ଭାବର ଠାକୁରଙ୍କ ଗୋଟିଏ ଝଲକ ପାଇଁ ବଡଦାଣ୍ଡରେ ଅନାଇବସିଛନ୍ତି ଏମାନେ ।
ରଥଯାତ୍ରା: ବଡଦାଣ୍ଡରେ ବିଦେଶୀ ଭକ୍ତଙ୍କ ଭିଡ - jagannath
ଭକ୍ତିଭାବରେ ତଲିନ ବିଦେଶୀ ଭକ୍ତ । ଏଥିପାଇଁ ତ ସାତ ଦରିଆ ପାର ହୋଇ ସୂଦୂର ଦୁବାଇରୁ ଦୌଡିଆସିଛନ୍ତି ଭକ୍ତ ।
ଫଟୋ ସୌଜନ୍ୟ-ସମ୍ବାଦଦାତା, ପୁରୀ
ଦୁବାଇରୁ ଆସିଥିବା ଏହି ଭକ୍ତମାନେ ସମ୍ପୂର୍ଣ୍ଣ ପାରମ୍ପରିକ ପୋଷାକରେ । ମଥାରେ ଚନ୍ଦନ ଟିକା ବେକରେ ତୁଳସୀମାଳ ପକାଇ ଭାବର ଠାକୁରଙ୍କ ଆରଧାନରେ ଏମାନେ ମଗ୍ନ । କେବଳ ଆଜି ନୁହେଁ ନବଦିନାତ୍ମକ ଯାତ୍ରାରେ ଜଗାର ପ୍ରତିଟି ନୀତିକାନ୍ତି ଓ ଯାତ୍ରାରେ ଯୋଗାଦେବାକୁ ଏମାନେ ଉତ୍କଣ୍ଠାର ସହ ଜଗି ବସିଛନ୍ତି ।
ପୁରୀରୁ ତାପସ ପରିଡା, ଇଟିଭି ଭାରତ